fbpx

ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ: ସାବରକର ମାନହାନୀ ମାମଲାରେ କୋର୍ଟଙ୍କ ସମନ୍

ନୂଆଦିଲ୍ଳୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ସାବରକର ମାନହାନୀ ମାମଲାରେ ରାହୁଲଙ୍କୁ କୋର୍ଟ ସମନ୍ ଜାରି କରିଛନ୍ତି । ଅକ୍ଟୋବର ୨୩ ତାରିଖରେ କୋର୍ଟରେ ହାଜର ହେବା ନେଇ ପୁଣେ କୋର୍ଟ ପକ୍ଷରୁ ସମନ୍ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏକାଧିକ ବାର କୋର୍ଟଙ୍କ ପକ୍ଷରୁ ରାହୁଲଙ୍କୁ ସମନ୍ ଜାରି କରାଯାଇଥିଲା । ଏପରିକି ଏକ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ସାଂସଦ ପଦ ଫେରିପାଇଥିଲେ ।

Get real time updates directly on you device, subscribe now.