fbpx

ଭ୍ୟାକସିନ୍ ରଣନୀତିକୁ ନୋଟବନ୍ଦୀ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୨୧/୦୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଟାର୍ଗେଟ କରନ୍ତି । ବର୍ତ୍ତମାନ ସମୟରେ ଉପୁଜିଥିବା କୋଭିଡ୍ ପରିସ୍ଥିତି ଏବଂ ପ୍ରବାସୀ ମାନଙ୍କ ଘର ଲେଉଟାଣି ବିରୋଧୀଙ୍କୁ କେନ୍ଦ୍ରକୁ ଘେରିବାର ସୁଯୋଗ ଦେଉଛି । ତେଣୁ ଆଜି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଭ୍ୟାକସିନ୍ ରଣନୀତିକୁ ନୋଟବନ୍ଦୀ ସହ ତୁଳନା କରିଛନ୍ତି । ଟିକାକୁ ନେଇ ଦେଶରେ ଦେଖାଦେଇଥିବା ଅଭାବକୁ ପରିଲକ୍ଷିତ କରି ଏପରି କହିଛନ୍ତି ରାହୁଲ ।

ଏନେଇ ରାହୁଲ ଆଜି ଟୁଇଟ୍ କରି କହିଛନ୍ତି ଯେ, “କେନ୍ଦ୍ର ସରକାରଙ୍କ ଟିକା ରଣନୀତି ନୋଟବନ୍ଦୀ ଠାରୁ କମ୍ ନୁହେଁ । ସାଧାରଣ ଜନତା ଲାଇନ୍ କରିବେ । ଧନ, ସ୍ୱାସ୍ଥ୍ୟ, ଏବଂ ଜୀବନ ହାନି ଭଳି କ୍ଷତି ସହିବେ । ଆଉ ଶେଷରେ କିଛି ଶିଳ୍ପପତିଙ୍କ ଫାଇଦା ହେବ” । ଏହାପୁର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ରାହୁଲ । ଆଉ କହିଥିଲେ ଯେ, ସରକାରଙ୍କ ତରଫରୁ ବଢ଼ୁଥିବା କରୋନା ମାମଲାର ଦୋଷ ସାଧାରଣ ଜନତାଙ୍କ ଉପରେ ଲଦି ଦିଆଯାଉଛି । ତେଣୁ ପ୍ରବାସୀ ଶ୍ରମିକମାନଙ୍କ ଖାତାକୁ ଟଙ୍କା ଦିଆଯାଉ । ଏନେଇ ସେ ଟୁଇଟ୍ କରି କହିଥିଲେ ।

ସୁଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୋଭିଡ୍ ମାମଲା ବଢ଼ୁଥିବା ହେତୁ ପଶ୍ଚିମବଙ୍ଗରେ ସବୁ ରାଲି ବନ୍ଦ କରିଦେଇଥିଲେ । ଆଉ ସବୁ ରାଜନୈତିକ ଦଳକୁ ଅପିଲ୍ କରିଥିଲେ ଯେ, ଲୋକଙ୍କ କଲ୍ୟାଣ ପାଇଁ ରାଲି, ପ୍ରଚାର, ପ୍ରସାର ଆଦିକୁ ବନ୍ଦ କରା

Get real time updates directly on you device, subscribe now.