fbpx

ଲୋକସଭାରେ ଦେଇଥିବା ଭାଷଣକୁ କାଟିବା ନେଇ କ୍ରୋଧିତ ହେଲେ ରାହୁଲ ଗାନ୍ଧୀ, ବାଚସ୍ପତିଙ୍କୁ ଲେଖିଲେ ଚିଠି

Advertisement

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ନିଜ ଭାଷଣର କିଛି ଅଂଶକୁ ହଟାଇବା ବିରୋଧରେ ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ମୋ ବିଚାରକୁ କାର୍ଯ୍ୟକରୀତାରୁ ହଟାଇବା ସଂସଦୀୟ ଗଣତନ୍ତ୍ରର ଭାବନା ବିରୋଧୀ ଅଟେ । ମୋ ଭାଷଣରୁ ଡିଲିଟ କରାଯାଇଥିବା ଅଂଶକୁ ପୁନଃ ସ୍ଥାପିତ କରାଯିବା ଆବଶ୍ୟକ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସାଂସଦ ଏବଂ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଷଣରେ ମଧ୍ୟ ଅଭିଯୋଗ ପରିପୂର୍ଣ୍ଣ ଥିଲା । ହେଲେ ତାଙ୍କ ଭାଷଣରୁ କେବଳ ଗୋଟିଏ ଶବ୍ଦ ଡିଲିଟ କରାଯାଇଛି । ଏନେଇ ଭେଦଭାବ ସୃଷ୍ଟି ହୋଇଛି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଗୃହରେ ସତ କଥା ଉପସ୍ଥାପନ କରିଛି । ପ୍ରତି ସାଂସଦଙ୍କ ଅଧିକାର ରହିଛି ଯେ, ସେମାନେ ସଂସଦରେ ଲୋକଙ୍କ ସହ ଜଡିତ ପ୍ରସଙ୍ଗ ଆଲୋଚନା କରିପାରିବେ । ଏହାକୁ ଧ୍ୟାନରେ ରଖି ମୁଁ ନିଜ ଭାଷଣ ଦେଇଥିଲି । ସେ ଆଜି ସକାଳେ କହିଛନ୍ତି ଯେ, ପିଏମ ନରେନ୍ଦ୍ର ମୋଦୀଙ୍କ ଦୁନିଆରେ ସତ୍ୟକୁ ଲୁଚାଇପାରିବେ, ହେଲେ ବାସ୍ତବରେ ନୁହେଁ । ସେହିପରି ବିଜେପି ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବା ନେଇ ବିରୋଧ କରିଛି ।

ଲୋକସଭାରେ ନେତା ପ୍ରତିପକ୍ଷ ରାହୁଲ ଗାନ୍ଧୀ ବିଜେପି ଉପରେ ଦେଶରେ ହିଂସା, ଘୃଣା ଏବଂ ଡର ପ୍ରସାରିତ କରିବାର ଅଭିଯୋଗ ଲଗାଇଛନ୍ତି । ସେ ଦାବି କରିଛନ୍ତି ଯେ, ଏହି ଲୋକ ହିନ୍ଦୁ ନୁହନ୍ତି କାରଣ ୨୪ ଘଣ୍ଟାର ହିଂସା କଥା କହୁଛନ୍ତି । ଏହା ବ୍ୟତୀତ କୌଣସି କାମ ନାହିଁ ।

Get real time updates directly on you device, subscribe now.