fbpx

କଂଗ୍ରେସ ଛାଡିବା ଉପରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ-‘ଡରୁଥିବା ଲୋକେ ବିଜେପିକୁ ଯିବେ’

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ କଂଗ୍ରେସର ବରିଷ୍ଠ ନେତା ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରିବା ପରେ ରାଜନୀତି ଜୋର୍ ଧରିଛି । ଏହାରି ମଧ୍ୟରେ ଦଳ ଛାଡୁଥିବା ନେତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି । ଡରୁଥିବା ଲୋକ ହିଁ ବିଜେପିକୁ ଯିବେ ବୋଲି ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କୁ ଏକ ବୈଠକରେ କହିଛନ୍ତି ରାହୁଲ । ଶୁକ୍ରବାର ଭର୍ଚୁଆଲ ବୈଠକରେ ୱାୟନାଡ଼ ସାଂସଦ କହିଛନ୍ତି ଯେ, ‘ଡରୁଥିବା ଲୋକେ ବିଜେପିକୁ ଯିବେ । ବିଜେପି ଡର ଦେଖାଇ ନେତାଙ୍କୁ ନିଜ ଦଳକୁ ନେଉଛି ।’

ସୂତ୍ର ହିସାବରେ ରାହୁଲ ପୁଣି ଥରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ଯେ, ‘ସିନ୍ଧିଆ ଡରିଗଲେ ବୋଲି ଆରଏସଏସର ହୋଇଗଲେ । ସିନ୍ଧିଆ ଡରିଗଲେ କି ବିଜେପି ମୋର ମଣ୍ଡଳ ନେଇଯିବ, ଘର ନେଇଯିବ, ସେଥିପାଇଁ ସେ ବିଜେପିରେ ସାମିଲ ହୋଇଗଲେ । ଯେଉଁମାନେ ଡରିଗଲେ ସେମାନେ ବିଜେପିକୁ ଚାଲିଯିବେ, କିନ୍ତୁ ଯେଉଁମାନେ ନଡରିବେ ସେମାନେ କଂଗ୍ରେସରେ ରହିବେ ।

ତେବେ ସିନ୍ଧିଆଙ୍କ ବ୍ୟତୀତ ଜିତିନ ପ୍ରସାଦ କଂଗ୍ରେସକୁ ଛାଡି ବିଜେପିରେ ସାମିଲ ହୋଇଥିଲେ । ରାହୁଲ କହିଥିଲେ କି, ଆମକୁ ଡରୁ ନଥିବା ଲୋକେ ଦରକାର । ଯେଉଁମାନେ ଭୟ କରୁଛନ୍ତି ସେମାନଙ୍କୁ କୁହ, ‘ଯାଅ ଚାଲିଯାଅ, ଦରକାର ନାହିଁ । ଅନ୍ୟଦଳରେ ଯେଉଁମାନେ ଡରୁ ନାହାନ୍ତି, ସେମାନେ ଆମର, ସେମାନଙ୍କୁ ଆଣ ବୋଲି ରାହୁଲ କହିଛନ୍ତି ।

Get real time updates directly on you device, subscribe now.