fbpx

୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ, ରାହୁଲ କହିଲେ-‘ହାପି ବାର୍ଥ ଡେ, ମୋଦୀଜୀ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ କରୁଛି ଦେଶ ।ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଜନ୍ମ ହୋଇଥିଲା, ଯାହାଙ୍କୁ ୨୦୧୪ ମସିହା ମେ ୨୬ ତାରିଖରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ । ୫ ବର୍ଷ ପରେ ୨୦୧୯ରେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି ଥରେ ନିର୍ବାଚନ ଜିତିବା ସହିତ ସେ ପ୍ରଧାନମନ୍ତ୍ରୀ ଭାବେ ପୁଣି କାର୍ଯ୍ୟକାଳ ଆରମ୍ଭ କରିଥିଲେ ।

ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରୁ ଏହି ଦିନକୁ ‘ସେବା ଦିବସ’ ଭାବେ ପାଳନ କରିଆସୁଛି । ଏଥର ୧୭ ସେପ୍ଟେମ୍ବରକୁ ଦଳ ରେକର୍ଡ ସଂଖ୍ୟାରେ ଟିକାକରଣ କରତିବାକୁ ଯୋଜନା ଚଳାଇଛି । ଏହି ଅବସରରେ ଅନେକ ନେତା ଓଚ ମନ୍ତ୍ରୀମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ମୋଦୀଙ୍କ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନେତୃତ୍ୱରେ ଆମ ଦେଶ ଉନ୍ନତି କରୁଛି ବୋଲି କହିଛନ୍ତି । ଏହା ସହିତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଛନ୍ତି ।

ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ‘ହାପି ବାର୍ଥ ଡେ ମୋଦୀଜୀ’ ।

Get real time updates directly on you device, subscribe now.