fbpx

ଓଡ଼ିଶା ଆସିବେ ରାହୁଲ, ସୋନିଆ ଓ ରେବନ୍ଥ ରେଡ୍ଡୀ, ୫୯ ଜଣଙ୍କୁ ପ୍ରଚାର କମିଟିରେ ରଖିଲା କଂଗ୍ରେସ

ଭୁବନେଶ୍ୱର: ମେ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ତେଣୁ ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆସିବେ। ବିଶେଷ କରି କୋରାପୁଟ ଲୋକସଭା ନିର୍ବାଚନ ପାଇଁ ଉଭୟ ଆସିବେ। ଏନେଇ ଆଜି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଆଜି କୋରାପୁଟ ଜିଲ୍ଲା ସ୍ତରୀୟ କାର୍ୟ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ଷ୍ଟାର ପ୍ରଚାରକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓଡ଼ିଶା ଗସ୍ତ କରିବେ। ଅପରପକ୍ଷେ ଆଜି କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ମଧ୍ୟ ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୫୯ ଜଣଙ୍କ ନାମ ତାଲିକାରେ ରଖାଯାଇଛି।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଆଜି ପ୍ରକାଶିତ ପ୍ରେସ୍ ରିଲିଜ୍ ଅନୁସାରେ ପ୍ରଚାର କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି। ସେହିପରି ସୁଧାଂଶୁ ଶେଖର ଦେଓ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କେପି ସିଂଦେଓ, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, କାହ୍ନୁଚରଣ ଲେଙ୍କା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ପଞ୍ଚାନନ କାନୁନ୍‌ଗୋ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ହଳଧର କାର୍ଜି, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକ, ନକୁଳ ନାୟକ, ଡ.ହମିଦ ହୁସେନ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ମନୋରଞ୍ଜନ ତ୍ରିପାଠୀ, ପଦ୍ମକର ଗୁରୁ, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଲିପିକା ମାଝି, କୃଷ୍ଣଚନ୍ଦ୍ର ସାହୁ, ବନ୍ଦିତା ପରିଡ଼ା, ମନୋଜ ବିଶ୍ୱାଳ, ବିଦୁଭୂଷଣ ମହାପାତ୍ର, ପଞ୍ଚାନନ ଦାଶ ପ୍ରମୁଖ ତାଲିକାରେ ରହିଛନ୍ତି।

ଅନ୍ୟପଟେ ବିସ୍ମୟ ମହାପାତ୍ର, ରଞ୍ଜିତା ରାଉତ, ଅଜିତ ଦାସ, ସନ୍ତୋଷ ମାଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଞ୍ଜନ ପାଟ୍ଟଯୋଷୀ, ଅଙ୍କିତ ସିଂଘାଇ, ମାନସ ତ୍ରିପାଠୀ, ବିଷ୍ଣୁଚରଣ ବାରିକ, ଏମ୍‌ଡି ଆକବର ଖାନ୍‌, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟାଁ, ଗିରିବାଳା ବେହେରା, ସସ୍ମିତା ବେହେରା, ହରେକୃଷ୍ଣ ସାହୁ, ଗୀତାଞ୍ଜଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାୟକ, ଫକୀରା ଜଗତ କମିଟିରେ ସଦସ୍ୟ ରହିଛନ୍ତି।

Get real time updates directly on you device, subscribe now.