fbpx

ସରକାରୀ ଭର୍ତ୍ତି ପରୀକ୍ଷା ପାଇଁ ଲାଇଫ-ଟାଇମ ବ୍ୟାନ୍: ୩୩୦ ପ୍ରାର୍ଥୀଙ୍କ ତାଲିକା ଜାରି

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବା ପାଇଁ ଦେଶର ପ୍ରତ୍ୟେକଟି ଯୁବକ-ଯୁବତୀ ଇଚ୍ଛା କରିଥାନ୍ତି । ଅନେକ ଲୋକ କଠିନ ପରିଶ୍ରମ ପରେ ମଧ୍ୟ ଏହାକୁ ହାସଲ କରିବାରେ ବିଫଳ ହେଉଛନ୍ତି । କିଛି ପ୍ରାର୍ଥୀ ବାରମ୍ବାର ଚେଷ୍ଟା ପରେ ଏଥିରେ ସଫଳ ହୁଅନ୍ତି ଏବଂ କିଛି ପ୍ରାର୍ଥୀ ପ୍ରଥମ ସୁଯୋଗରେ ମଧ୍ୟ ସଫଳତା ପାଇଥାନ୍ତି । ଏମିତି କିଛି ପ୍ରାର୍ଥୀ ମଧ୍ୟ ରହିଛନ୍ତି ଯେଉଁମାନଙ୍କୁ ସରକାରୀ ଭର୍ତ୍ତି ପରୀକ୍ଷାରେ ବସିବା ପାଇଁ ବାରଣ ମଧ୍ୟ କରାଯାଇଥାଏ । ସେଭଳି କିଛି ପିଲାଙ୍କ ତାଲିକା ଏବେ ପ୍ରକାଶ ପାଇଛି । ଏହି ପ୍ରାର୍ଥୀମାନଙ୍କୁ ସାରା ଜୀବନ ସରକାରୀ ଭର୍ତ୍ତି ପରୀକ୍ଷାରେ ସାମିଲ ହେବା ପାଇଁ ବ୍ୟାନ୍ ଆଦେଶ ଜାରି ହୋଇଛି ।

ସୂଚନା ଅନୁସାରେ, ରାଜସ୍ଥାନରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷାରେ କପି କରିବା କିଛି ଆଶାୟୀଙ୍କ ଉପରେ ମହଙ୍ଗା ପଡ଼ିଛି । ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ଏମାନଙ୍କ ଉପରେ ଲାଇଫ୍-ଟାଇମ୍ ପାଇଁ ପ୍ରତିବନ୍ଧକ ଲଗାଇଛି । ବର୍ତ୍ତମାନ ଏହି ପ୍ରାର୍ଥୀମାନେ ର କୌଣସି ପରୀକ୍ଷାରେ ସାମିଲ ହୋଇପାରିବେ ନାହିଁ । ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ ତରଫରୁ ୩୩୮ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି ପ୍ରାର୍ଥୀମାନଙ୍କ ଉପରେ ସାରା ଜୀବନ ବ୍ୟାନ୍ ଲଗାଇଛି RSMSSB । ବୋର୍ଡ ଏ ନେଇ ନିଜ ଅଫିସିଆଲ ୱେବସାଇଟ https://rsmssb.rajasthan.gov.in/ରେ ଏହି ପ୍ରାର୍ଥୀମାନଙ୍କ ନାମ, ରୋଲ ନମ୍ବର, ପରୀକ୍ଷା ନାମ ଏବଂ ପ୍ରତିବନ୍ଧକର ସହ ଅପଲୋଡ କରାଯାଇଛି ।

ଚୟନ ବୋର୍ଡର ଚେୟାରମ୍ୟାନ୍ କହିଛନ୍ତି ଯେ ଆଶା କରାଯାଉଛି ଯେ ଏହି ଯୁବକମାନେ ଏଥିରୁ ଶିକ୍ଷା ଗ୍ରହଣ କରିବେ ଏବଂ ଆଉ ଠକାମିର ଶିକାର ହେବେ ନାହିଁ । ସେ କହିଛନ୍ତି ଯେ, କିଛି ପ୍ରାର୍ଥୀ ନକଲି କ୍ରୀଡା ପ୍ରମାଣପତ୍ର ଦାଖଲ କରିଛନ୍ତି ଏବଂ ସେମାନଙ୍କର ତାଲିକା ୱେବସାଇଟରେ ଅପଲୋଡ୍ ହୋଇଛି । ଏହି ପ୍ରାର୍ଥୀମାନେ ଆସନ୍ତା କିଛି ଦିନ ମଧ୍ୟରେ ବୋର୍ଡ କାର୍ୟ୍ୟାଳୟକୁ ଆସି ସେମାନଙ୍କ ମାମଲା ଉପସ୍ଥାପନ କରିପାରିବେ । ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚୟନ ବୋର୍ଡର ଚେୟାରମ୍ୟାନ୍ କହିଛନ୍ତି ଯେ ପ୍ରାର୍ଥୀମାନେ ସେମାନଙ୍କ ଅନଲାଇନ୍ ଫର୍ମ, ସମାନ ରୋଲ୍ ନମ୍ବର, ସମାନ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପୂରଣ କରିଥିବା ତଥ୍ୟକୁ ଡକ୍ୟୁମେଣ୍ଟ ଯାଞ୍ଚରେ ଦର୍ଶାଇବାକୁ ପଡିବ । ଯଦି ଅନଲାଇନ୍ ଫର୍ମରେ ଭର୍ତ୍ତି ହୋଇଥିବା ସୂଚନା ସହିତ ସବିଶେଷ ତଥ୍ୟ ମେଳ ଖାଉ ନାହିଁ, ତେବେ ଆପଣଙ୍କୁ ଚାକିରି ହରାଇବାକୁ ପଡିପାରେ ।

Get real time updates directly on you device, subscribe now.