fbpx

ସାମ୍ବାଦିକାଙ୍କୁ ରାହୁଲ ଏମିତି ଦେଲେ ଉତ୍ତର କି ହୋଇଗଲେ ଟ୍ରୋଲ

ନୂଆଦିଲ୍ଲୀ:  ଆମେରିକାରେ ଦେଶର ବିଭିନ୍ନ ପ୍ରସଙ୍ଗରେ ବୟାନ ଦେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ତେବେ ତାଙ୍କର ଏମିତି କିଛି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଭିନ୍ନ ବର୍ଗ ତାଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି ।

ଆମେରିକାର ନାସନାଲ ପ୍ରେସ କ୍ଲବରେ ରାହୁଲ ଗାନ୍ଧୀଙ୍କୁ ଜଣେ ମହିଳା ପତ୍ରକାର ପ୍ରଶ୍ନ କଲେ କି, ଋଷ – ୟୁକ୍ରେନ ଯୁଦ୍ଧ ଓ ଗାଜା ସଂକଟକୁ ଆପଣ କେମିତି ଦେଖୁଛନ୍ତି । ଏଥିରେ ଆମେରିକାର କଣ ଭୂମିକା ରହିଛି । ସାମ୍ପ୍ରତିକ ବିଶ୍ୱ ସଂକଟ ଉପରେ ଥିବା ଏହି ପ୍ରଶ୍ନର ଉତ୍ତରରେ ରାହୁଲ ଲୋକତନ୍ତ୍ର ଉପରେ କହିବା ଆରମ୍ଭ କରିଦେଇଥିଲେ । ସେ କହିଲେ କି, ଆପଣ ଏକ ଶକ୍ତିଶାଳୀ ଲୋକତନ୍ତ୍ର । ଆପଣଙ୍କ ବିଚାରଧାରା ସ୍ୱାଧୀନତା ମୂଲ୍ୟବୋଧକୁ ନେଇ । ଏଥିରେ ଆମେରିକାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ମତେ ଆଉ କିଛି ଦୃଶ୍ୟମାନ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଚୀନକୁ ନେଇ ରହିଛି ।

ରାହୁଲଙ୍କ ଏମିତି ଉତ୍ତରକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଟ୍ରୋଲ ହେଉଛନ୍ତି ରାହୁଲ । ଏକ୍ସ ରେ ରାହୁଲଙ୍କ ଏହି ଭିଡିଓ ଉପରେ ହଜାର ହଜାର କମେଣ୍ଟ କରାଯାଉଛି । ଜଣେ ୟୁଜର ଲେଖିଛନ୍ତି, ଉତ୍ତର ଆସୁ ବା ନ ଆସୁ, କପି କରିବା ଛାଡିବାର ନାହିାଁ ଯାହା ଦୁଇଟା ଶବ୍ଦକୁ ନେଇ ଯାହା ଗପିଚାଲ ।

ସେହିପରି ଅନ୍ୟଜଣେ ଲେଖିଛନ୍ତି କି, ଉତ୍ତର ଶୁଣିବା ପରେ ପ୍ରଶ୍ନକର୍ତ୍ତା ନିଜ ପ୍ରଶ୍ନର ଯାଞ୍ଚରେ ଲାଗିପଡିଲେ, ଯେମିତି ସେ କୌଣସି ଭୁଲ ପ୍ରଶ୍ନ କରିଦେଇଛନ୍ତି ।

Get real time updates directly on you device, subscribe now.