fbpx

ଖୁବ୍ ଶୀଘ୍ର କୋଣାର୍କକୁ ରେଳ ଲାଇନ୍ ସର୍ଭେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କ ସୂଚନା

AAKASH

କୋଣାର୍କ: ଖୁବ୍ ଶୀଘ୍ର କୋଣାର୍କକୁ ରେଳଗାଡ଼ିରେ ଯିବେ ଯାତ୍ରୀ। କୋଣାର୍କକୁ ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ ହେବ ବୋଲି ମଙ୍ଗଳବାର କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ। ପୁରୀ କିମ୍ବା ଅନ୍ୟ କୌଣସି ସ୍ଥାନରୁ ରେଳ ଲାଇନ୍ କୋଣାର୍କକୁ ଯିବ ସେନେଇ ସର୍ଭେ ହେବ। କାର୍ଯ୍ୟ ସୂର୍ଯ୍ୟ

ଏହା ସହିତ ଅଶ୍ୱିନୀ କହିଛନ୍ତି ଯେ, ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ୫ଜି ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ-ସେପ୍ଟମ୍ବରରୁ ଭାରତର ୨୦ରୁ ୨୫ ସହରରେ ଏହି ସେବା ଆରମ୍ଭ ହେଉଛି। ତେବେ ଏହି ସହରଗୁଡ଼ିକ ମଧ୍ୟରେ ଓଡ଼ିଶାର କୌଣସି ସହର ସ୍ଥାନ ପାଇ ନାହାନ୍ତି।

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିର କେନ୍ଦ୍ର ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଦୈନଦିନ ଜୀବନ ରେ ଯୋଗ ଶରୀର କୁ ସୁସ୍ଥ ରଖିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ। ସୂର୍ଯ୍ୟ ମନ୍ଦିର ସମ୍ମୁଖ ଓ ଆଇଓସିଏଲ ବ୍ୟାଖାନ କେନ୍ଦ୍ର ପରିସର ଭିତରେ ଏହି ଶିବିର ଆୟୋଜିତ ହୋଇଅଛି। ବିଭିନ୍ନ ବର୍ଗର ଲୋକ,ଛାତ୍ର ଛାତ୍ରୀ ନିଜକୁ ଏହି ଶିବିରରେ ସାମିଲ କରିଥିବା ବେଳେ ପ୍ରାୟ ଅଢ଼େଇ ହଜାର ଲୋକ ଏକତ୍ର ହୋଇ ଏହି ଶିବିରରେ ଯୋଗ କରିଛନ୍ତି। ଯୋଗ କାର୍ଯ୍ୟକ୍ରମ ପରେ କେନ୍ଦ୍ର ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଅପରପକ୍ଷରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁପାଶ୍ୱର୍ରେ ବୁଲି ତାର କାରୁକାର୍ଯ୍ୟ ବକ୍ଷାଣିଥିଲେ।

Get real time updates directly on you device, subscribe now.