fbpx

କାରରେ ଗ୍ଲାସ୍ ବନ୍ଦ କରି ସିଗାରେଟ୍ ଟାଣିଲେ ଦେବାକୁ ପଡ଼ିବ ଜରିମାନା! ତୁରନ୍ତ ଜାଣନ୍ତୁ ନିୟମ

AAKASH

ନୂଆଦିଲ୍ଲୀ: ଅନେକ କାରଣ ଯୋଗୁଁ ବ୍ୟକ୍ତି କାର୍ କିଣିଥାନ୍ତି । କିନ୍ତୁ କିଛି ମୁଖ୍ୟ କାରଣ ରହିଛି ଯେପରିକି, ଆରାମଦାୟକ ସ୍ଥିତିରେ ଯାତ୍ରା କରିବା । ଏହା ବ୍ୟତୀତ ବାଇକ୍ ଓ ସ୍କୁଟି ଅପେକ୍ଷା କାରରେ ଅଧିକ ପ୍ରାଇଭେସି ମିଳିଥାଏ । କିନ୍ତୁ କାରରେ ଯାତ୍ରା କରୁଥିବା ସମସୟରେ ପ୍ରାଇଭେସି ମିଳିବା ଅର୍ଥ ଏହା ନୁହେଁ କି ଆପଣ ଯାହା ମନଇଛା କରିପାରିବେ । କାରଣ କାର ସାର୍ବଜନୀକ ସ୍ଥାନରେ ଥିବାରୁ ଆପଣଙ୍କ କାର ଆଖପାଖରେ ଅନେକ ଲୋକ ରୁହନ୍ତି । ଏଥିପାଇଁ ଆପଣଙ୍କୁ ସାମାଜିକ ନିୟମ ଓ ଆଇନଗତ ନିୟମକୁ ପାଳନ କରିବାକୁ ପଡିବ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ଚାଲାଣ କଟିବା ସହ ତାଙ୍କ ଅପରାଧ ଅନୁଯାୟୀ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।

କାରରେ ଯାତ୍ରା କରିବା ସମୟରେ କିମ୍ବା ସର୍ବସାଧାରଣ ସ୍ଥାନରେ ପାର୍କିଂ କରିବା ସମୟରେ, କାର ଭିତରେ ବସି ମଦ୍ୟପାନ କରିବା ଏକ ଆଇନଗତ ଅପରାଧ । କିନ୍ତୁ କାର ଭିତରେ ବସି ସିଗାରେଟ ଟାଣିବା ଅପରାଧ କି ଓ ଏହା କରିବା ଦ୍ୱାରା ଚାଲାଣ କହିବ କି ନାହିଁ ବୋଲି ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛୁ । ଅନେକ ଲୋକ ଧୂମପାନ କରନ୍ତି ବା ସିଗାରେଟ୍ ଟାଣନ୍ତି, ଏପରି ପରିସ୍ଥିତିରେ ଏହି ଲୋକଙ୍କ ମନରେ ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

ଏଭଳି ପରିସ୍ଥିତିରେ ଦିଲ୍ଲୀରେ କାରରେ ଧୂମପାନ କରିବା ବେଆଇନ ଅଟେ । ଏମଭି ଆକ୍ଟର ଧାରା ଡିଏମଭିଆର ୮୬.୧ (୫) / ୧୭୭ ଅନୁଯାୟୀ, ପ୍ରଥମ ଥର ଧୂମପାନ କରିବା ସମୟରେ ଧରାପଡିଲେ ୧୦୦ ଟଙ୍କା ଓ ଦ୍ୱିତୀୟ ଥର ପାଇଁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅବଶ୍ୟ ଏହି ନିୟମ କେବଳ ଦିଲ୍ଲୀ-ଏନସିଆରରେ ସୀମିତ ରହିଛି । କିନ୍ତୁ ଏହି ନିୟମ ସର୍ବସାଧାରଣ ସ୍ଥାନରେ ଧୂମପାନ ବନ୍ଦ କରିବାକୁ ହୋଇଛି ।

Get real time updates directly on you device, subscribe now.