fbpx

ଓଡ଼ିଶାର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ରାହୁଲ, ସୋନିଆଙ୍କୁ ଇଡି ନୋଟିସକୁ ନେଇ ପ୍ରସ୍ତୁତ ହେବ ରଣନୀତି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ଯେ, ‘ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ ଓଡ଼ିଶାର ୯ କଂଗ୍ରେସ ବିଧାୟକ । ରାହୁଲ, ସୋନିଆଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ଦିଆଯାଇଛି । କେନ୍ଦ୍ର ବିରୋଧରେ ରଣନୀତି ସହ ଦଳୀୟ ସଙ୍ଗଠନ ଉପରେ ଆଲୋଚନା ହେବ ।’

ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଏହାକୁ ବିରୋଧ କରି ସମଗ୍ର ଦେଶରେ ଥିବା କଂଗ୍ରେସ କର୍ମୀମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଜି ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପଚରାଉଚରା କରିବ ଇଡି । ଏହାପୂର୍ବରୁ ରାହୁଲ ଇଡି ଅଫିସକୁ ଚାରି ଥର ଯାଇ ସାରିଛନ୍ତି ଓ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଗୋଟିଏ ପଟେ ଇଡିକୁ ନେଇ ରାହୁଲଙ୍କ ମୁସ୍କିଲ ବଢ଼ିଚାଲିଥିବା ବେଳେ ଅନ୍ୟପଟେ ଦେଶର ରାଜରାସ୍ତାରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବିରୋଧର କେନ୍ଦ୍ରସ୍ଥଳୀ ପାଲଟିଥିବା ବେଳେ ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ବିରୋଧ ଜାରି ରଖିଛନ୍ତି । ଏହାମଧ୍ୟରେ ଆଜି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.