fbpx

ଟ୍ରେନରେ ମଦ ନେଇ ଯାଇପାରିବେ କି ଯାତ୍ରୀ, କ’ଣ ରହିଛି ନିୟମ? ନିୟମ ଭାଙ୍ଗିଲେ ଯିବେ କି ଜେଲ୍

ନୂଆଦିଲ୍ଲୀ: ଆମ ଦେଶରେ ପରିବହନର ପ୍ରମୁଖ ଓ ସବୁଠାରୁ ପସନ୍ଦଯୋଗ୍ୟ ମାଧ୍ୟମ ହେଉଛି ଟ୍ରେନ୍ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ତେବେ ରେଳ ବିଭାଗ ରେଳ ଯାତ୍ରା ସମ୍ବନ୍ଧିତ ନିୟମ ତିଆରି କରିଛି ଯାହା ମାନିବା ସମସ୍ତ ଯାତ୍ରୀଙ୍କ ଲାଗି ଅପରିହାର୍ଯ୍ୟ । ରେଲୱେରେ ବିଭିନ୍ନ ସାମଗ୍ରୀ ନେବା ଆଣିବା କରିବାରେ ସ୍ପଷ୍ଟ ନିୟମ ରହିଛି । ଏହି ନିୟମରେ ସେହି ପଦାର୍ଥ ବିଷୟରେ ବି ଉଲ୍ଲେଖ ରହିଛି ଯାହା ନେବା ସଂପୂର୍ଣ୍ଣ ମନା । ମଦ ହେଉଛି ଏପରି ଏକ ପଦାର୍ଥ ଯାହା ଟ୍ରେନରେ ନେବା ସଂପୂର୍ଣ୍ଣ ମନା । ଏହା ସହିତ ମଦ ପିଇ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରି ଟ୍ରେନରେ ଯାତ୍ରା କରିବାକୁ ବି ଅନୁମତି ଦିଆଯାଇ ନାହିଁ ।

ଏହାର ଅର୍ଥ ଆପଣ ମଦ ନେଇ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଯଦି ବି ଆପଣ ଏପରି କରୁଥିବାର ଧରାପଡିବେ ତେବେ ଆପଣଙ୍କ ବିରୁଦ୍ଧରେ ରେଲୱେ ଅଧିନିୟମ ୧୯୮୯ ଧାରା ୧୬୫ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରେଳ ଅଧିନିୟମ ୧୪୫ ଅନୁସାରେ ଯଦି ରେଳ ପ୍ରଶାସନକୁ ଏହା ଜଣାପଡିଯାଏ କି ରେଳ ବିଭାଗ ପରିସରରେ କିମ୍ବା ରେଳ ଗାଡିରେ କୌଣସି ବ୍ୟକ୍ତି ନିଶା ଦ୍ରବ୍ୟ ସେବନ କରୁଛନ୍ତି କିମ୍ବା ନିଶାଗ୍ରସ୍ତ ଅବସ୍ଥାରେ ଅଛନ୍ତି ଓ ଅନ୍ୟ ଯାତ୍ରୀଙ୍କୁ ହଇରାଣ ହରକତ କରୁଛନ୍ତି ତେବେ ସେହି ବ୍ୟକ୍ତିଙ୍କ ଟିକେଟ କିମ୍ବା ପାସ୍ ରଦ୍ଦ କରିଦିଆଯିବ । ଦୋଷୀକୁ ୬ ମାସ ଜେଲ୍ ସହିତ ଜରିମାନା ଦଣ୍ଡରେ ବି ଦଣ୍ଡିତ କରାଯାଇପାରେ ।

Get real time updates directly on you device, subscribe now.