fbpx

ରେଲୱେ ବଦଳାଇଲା ଟିକେଟ୍ ବୁକିଂ ନିୟମ: ଯାତ୍ରା ପୁର୍ବରୁ ଜାଣି ନିୟନ୍ତୁ ପୁରା ସିଷ୍ଟମ୍, ନଚେତ୍ ସମସ୍ୟାରେ ପଡିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମୟ ସମୟରେ ଅନେକ ସୁବିଧା କରିଥାଏ। ଏହି କ୍ରମରେ ଏବେ ରେଲୱେ ଅନଲାଇନ୍ ଟିକେଟ୍ ବୁକିଂ କରିବା ପ୍ରଣାଳିକୁ ଅପଡେଟ୍ କରୁଛି। ଭାରତ ଭଳି ବିଶାଳ ଦେଶରେ ଅନେକ ଲୋକ ପ୍ରତ୍ୟେକ ଦିନ ରେଳ ମାଧ୍ୟମରେ ଯାତ୍ରା କରିଥାନ୍ତି। ଆଜିକାଲି ଅଧିକ ଲୋକେ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ କରୁଛନ୍ତି। ଏଭଳି ସ୍ଥିତିରେ ଆପଣଙ୍କୁ ବଦଳୁଥିବା ନିୟମ ବିଷୟରେ ଜାଣିବା ଜରୁରୀ। କାରଣ ଆଇଆରସିଟିସ ୱେବସାଟରୁ ଟିକେଟ ବୁକିଂ କରିବା ନିୟମରେ ପରିବର୍ତ୍ତନ କରିଛି। ରେଲୱେ ନିୟମ ଅନୁଯାୟୀ ଟିକେଟ୍ ବୁକିଂ କରିବା ପାଇଁ ଆପଣଙ୍କ ଆକାଉଣ୍ଟକୁ ଭେରିଫାଇ୍ କରିବାକୁ ପଡିବ।

ମୋବଇାଲ୍ ନମ୍ବର ଏବଂ ଇମେଲ୍ ଭେରିଫାଇ କରିବା ଜରୁରି: ଆଇଆରସିଟିସି ନୁଆ ନିୟମ ଅନୁଯାୟୀ ଟିକେଟ୍ ବୁଲିଂ ପୁର୍ବରୁ ପ୍ରଥମେ ମୋବଇାଲ୍ ନମ୍ବର ଏବଂ ଇମେଲ୍ ଆଇଡି ଭେରିଫିକେସନ୍ କରିବା ଜରୁରୀ। ଏବେ ଆପଣ ଏହି ଦୁଇ ପର୍ଯ୍ୟାୟ ଭେରିଫିକେସନ୍ ବିନା ଟିକେଟ୍ ବୁକିଂ କରିପାରିବେ ନାହିଁ। ଆପଣ ଯଦି ଲମ୍ବା ସମୟ ଧରି ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଏହି ଭେରିଫିକେସନ୍ କରିବାକୁ ପଡିବ।

ତେବେ ଆସନ୍ତୁ ଜାଣିବା ଏହାର ପ୍ରୋସେସ୍। ଆଇଆରସିଟିସି ଆଇପ୍ କିମ୍ବା ୱେବସାଇଟରେ ଯାଇ ଭେରିଫିକସେନ୍ ଉଇଣ୍ଡୋ ଉପରେ କ୍ଲିକ୍ କରିବେ। ଏହାପରେ ମୋବାଇଲ ଏବଂ ଇମେଲ୍ ସୂଚନା ପ୍ରଦାନ କରିବା ପରେ ଭେରିଫାଏଡ ଅପସନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ମୋବାଇଲ ଏବଂ ଇମେଲ୍ କୁ ଆସିଥୀବା ଓଟିପି ଦାଖଲ କରିବା ପରେ ଭେରିଫାଏଡ ପ୍ରୋସେସ୍ ପୁରଣ ହେବ। ତେବେ ଆଉ ଏକ ଜରୁରୀ ସୂଚନା ଏହା ଯେ, ଆପଣ ଗୋଟିଏ ମାସ ମଧ୍ୟରେ ଗୋଟିଏ ଆଇଡିରେ ସର୍ବାଧିକ ୧୨ ଟିକେଟ୍ ବୁକିଂ କରି ପାରୁଥିଲେ। ଏହା ବର୍ତ୍ତମାନ ବୃଦ୍ଦି ପାଇ ୨୪ ହୋଇଯାଇଛି। କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟ ସହିତ ଆଧାର ଯୋଡ଼ି ହୋଇନାହିଁ, ଏପରି ସ୍ଥିତିରେ ଆପଣ କେବଳ ୧୨ଟି ଟିକେଟ୍ ବୁକିଂ କରିପାରିବେ।

Get real time updates directly on you device, subscribe now.