fbpx

ଭାରତୀୟ ରେଲୱେର ବଡ଼ ନିଷ୍ପତି: ଏସି ଚେୟାର କାର୍, ବନ୍ଦେ ଭାରତ ସମେତ ଏହି ସବୁ ଟ୍ରେନରେ ୨୫ ପ୍ରତିଶତ କମାଇଲା ଟିକେଟ୍ ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରୀମାନେ କିପରି ଭଲ ଅନୁଭୁତି ପାଇବେ ଏବଂ ଯାତ୍ରା ଆନ୍ଦଦଦାୟକ ହେବ ସେ ନେଇ ଭାରତୀୟ ରେଳ ସବୁବେଳେ ଚେଷ୍ଟା ଜାରି ରଖିଛି। ଏହି ପରିପ୍ରେକ୍ଷିରେ ଏସି ଚେୟାର କାର୍, ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏକଜିକ୍ୟୁଟିଭ୍ ଶ୍ରେଣୀର ଟିକେଟ୍ ମୂଲ୍ୟ ୨୫% ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତି ନେଇଛି।

ରେଳରେ ଯାତ୍ରା ସମୟରେ ସମସ୍ତ ସୁବିଧାକୁ ଉତ୍ତମ ଉପଯୋଗକୁ କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଜୋନାଲ ରେଳବାଇକୁ ଏକଜିକ୍ୟୁଟିଭ୍ ଶ୍ରେଣୀର ଟିକେଟ୍ ରିହାତି ଭଡା ଯୋଜନା ପ୍ରଣୟନ କରିବାକୁ କ୍ଷମତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ସ୍କିମ୍‌ରେ ୨୫% ପର୍ଯ୍ୟନ୍ତ ଭଡ଼ା ରିହାତି ମିଳିବ। ଅନ୍ୟାନ୍ୟ ଚାର୍ଜ ଯେପରିକି ରିଜର୍ଭଭେସନ୍ ଚାର୍ଜ, ସୁପର ଫାଷ୍ଟ ସରଚାର୍ଜ, ଜିଏସ୍‌ଟି ଇତ୍ୟାଦି ପ୍ରଯୁଜ୍ୟ ଭାବରେ ପୃଥକ ଭାବରେ ଆଦାୟ କରାଯିବ। ବୃତ୍ତି ଆଧାରରେ ଯେକୌଣସି କିମ୍ବା ସମସ୍ତ ଶ୍ରେଣୀରେ ରିହାତି ପ୍ରଦାନ କରାଯାଇପାରେ ।

ସେହିଭଳି ଯେଉଁ ଟ୍ରେନ୍ ଗୁଡ଼ିକରେ ୫୦% ରୁ କମ୍ ଯାତ୍ରୀ ରହୁଛନ୍ତି ସେଗୁଡ଼ିକରେ ଶେଷ ଏକ ମାସର ତାଲିକାକୁ ସମିକ୍ଷା କରାଯାଇ ରିହାତି ପ୍ରଦାନ କରାଯିବ। ଅର୍ଥାତ୍ କୌଣସି ଟ୍ରେନ୍ ଯଦି ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ସମୟରେ ସେଥିରେ କେବଳ ୫୦% ଯାତ୍ରୀ ଥିବେ ତେବେ ଯାଇ ଏହି ରିହାତି ମିଳିବ । ଏହା ଯାତ୍ରାର ପ୍ରଥମ ପର୍ଯ୍ୟାୟ, ଯାତ୍ରା ମଝିରେ କିମ୍ବା ଶେଷ ପର୍ଯ୍ୟାୟରେ ମିଳିପାରେ ।

Get real time updates directly on you device, subscribe now.