fbpx

ଦୁର୍ବଳ ହେଲା ଅବପାତ ଅବପାତ: ଆଗାମୀ ୪ ଦିନ ଯାଏ ବର୍ଷା, ଏହିସବୁ ଜିଲ୍ଲାକୁ ଦିଆଗଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି କହିଛି। ଏହା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି ୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଫ୍ଲାସ ଫ୍ଲଡ ଭଳି ସ୍ଥିତି ଉପୁଜିପାରେ । ତଳିଆ ଅଞ୍ଚଳରେ ପାଣି ଜମିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସେହିପରି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅବପାତ ଓ ମୌସୁମୀ ସକ୍ରିୟ ରହିଥିବାରୁ ଅଶାନ୍ତ ରହିଛି ବଙ୍ଗୋପସାଗର । ସେପଟେ ରାଜ୍ୟରେ ଏଯାଏ ୩୩୨. ୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ବର୍ଷା ପରିମାଣ ୪୧୭. ୫ ମିମି ତୁଳନାରେ ଏହା ୨୦ ପ୍ରତିଶତ କମ୍ । ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୨ଟି ଜିଲ୍ଲାରେ ସ୍ବାଭାବିକ ଓ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Get real time updates directly on you device, subscribe now.