fbpx

ଓଡ଼ିଶାରେ ଦୁର୍ବଳ ହେଉଛି ମୌସୁମୀ , ଆଜି ଅଳ୍ପ ବର୍ଷିପାରେ

ଭୁବନେଶ୍ୱର,୨୫/୬(ଓଡିଶା ଭାସ୍କର): ଧୀରେ ଧୀରେ ଓଡ଼ିଶାରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ। ବର୍ଷା ହେବ ନାହିଁ, କିନ୍ତୁ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ବର୍ଷିପାରେ। ତେବେ ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରରୁ କୁହାଯାଇଛି ଯେ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜୋରରେ ବର୍ଷା ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଭୁବନେଶ୍ବର ଓ କଟକ ସହରରେ ବର୍ଷା ହେବାର ସମ୍ଭାବନା କ୍ଷୀଣ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.