fbpx

ସାବଧାନ୍! ରାଜ୍ୟରେ ୧୦ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ପରଠାରୁ ରାଜ୍ୟରେ ଶୀତର ଲହରି ଟିକେ ବଢ଼ିଛି । ଏହାରି ମଧ୍ୟରେ ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢ଼ିପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବ ବୋଲି ଆଇଏମଡି କହିଛି ।

୧୦ ତାରିଖରୁ ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୧୦ଟି ଜିଲ୍ଲାଗୁଡିକ ହେଉଛି- ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା. ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର । ସମ୍ପୃକ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ତେବେ ଜାନୁଆରି ୯ ଓ ୧୨ରେ ପଶ୍ଚିମ ଓଡ଼ିଶାରେ ଏବଂ ଉତ୍ତର ଓ ଉପକୂଳ ଓଡ଼ିଶାରେ ୧୦ ଓ ୧୪ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସୋଆସ୍ଥିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । କେନ୍ଦ୍ରର ସୂଚନା ମୁତାବକ, ୧୦ରୁ ୧୪ ମଧ୍ୟରେ ଉତ୍ତର ଓଡ଼ିଶାରେ ଅନୁରୂପ ବୃଷ୍ଟିପାତ ହୋଇପାରେ । ୧୧ରୁ ୧୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ଼ ହେବ ।

Get real time updates directly on you device, subscribe now.