fbpx

ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଆସନ୍ତାକାଲି ରାଜ୍ୟର ୪ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଜିଲ୍ଲାଗୁଡ଼ିକ ହେଉଛି ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସମ୍ବଲପୁର । ସେହିପରି ୯ଫେବୃଆରିରେ ମଧ୍ୟ ୬ଜିଲ୍ଲାରେ ବର୍ଷା ହେବା ସହ ୪୦କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ୬ଜିଲ୍ଲାଗୁଡ଼ିକ ହେଉଛି ରାୟଗଡ଼ା, ଗଜପତି, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ । ୧୦ଫେବୃଆରିରେ ମଧ୍ୟ ୯ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଖୋର୍ଦ୍ଧା, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ହୋଇଛି । ୧୧ଫେବୃଆରିରେ ୬ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ଜିଲ୍ଲାଗୁଡ଼ିକ ହେଉଛି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ବଲାଙ୍ଗୀର, କୋରାପୁଟ ।

Get real time updates directly on you device, subscribe now.