fbpx

ରାଜ୍ୟର ୭ଜିଲ୍ଲାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର , ୨୪ା୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ୭ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର ଓ ବୌଦ୍ଧ । ଏହି ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ରହିଛି । ଏହାସହ ୭ଜିଲ୍ଲାଗୁଡ଼ିକୁ ଦିନ ୧୨ଟା ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।  ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ମଧ୍ୟ ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.