fbpx

IPL-2023 ହେବନି ଧୋନୀଙ୍କ ଶେଷ ସିଜନ! ମାହିଙ୍କ ଅବସରକୁ ନେଇ କ’ଣ କହିଲେ ରୈନା

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ପ୍ରଶଂସକଙ୍କ ମନରେ ଲାଗି ରହିଛି ଅନେକ ଚର୍ଚ୍ଚା । ଚଳିତବର୍ଷ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳରୁ ବିଦାୟ ନେବେ ବୋଲି ଆଲୋଚନା ଲାଗି ରହିଛି । ତେବେ ଏ ନେଇ ଧୋନୀ କିମ୍ବା ଫ୍ରାଞ୍ଚାଇଜି ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ମାହିଙ୍କ ସାଥୀ ସୁରେଶ ରୈନା ମ୍ମାମଲା ଉପରେ ଦେଇଛନ୍ତି ଏକ ବଡ ବୟାନ । ଏହି ସିଜନ ଧୋନୀଙ୍କର ଶେଷ ସିଜନ ହୋଇ ନପାରେ ବୋଲି ସେ କହିଛନ୍ତି । ଏହି ବୟାନ ପରେ କ୍ରିକେଟ ଫ୍ୟାନ୍ସକୁବ ଖୁସି ହୋଇଯାଇଥିବା ବେଳେ ଦୋନୀଙ୍କ ମୁହଁରୁ ଏହା ଶୁଣିବା ପାଇଁ ଆଶା ରଖିଛନ୍ତି ।

ରୈନା କହିଛନ୍ତି ଯେ, ଆଇପିଏଲ-୨୦୨୩ ଧୋନୀଙ୍କ ପାଇଁ ଶେଷ ସିଜନ ହୋଇ ନ ପାରେ । ସେ ଆଗକୁ ମଧ୍ୟ ଖେଳିପାରନ୍ତି । ତେବେ ମାହିଙ୍କ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ବାକି ରହିବ । କିନ୍ତୁ ବର୍ତ୍ତମାନ ସମୟରେ ଧୋନୀ ସୁନ୍ଦର ବ୍ୟାଟିଂ କରୁଛନ୍ତି ଏବଂ ଫିଟ ମଧ୍ୟ ଅଛନ୍ତି । ତେଣୁ ସେ ଆଗାମୀ ସିଜନ ଖେଳିପାରନ୍ତି । କିନ୍ତୁ ଏହା ଚଳିତବର୍ଷର ପ୍ରଦର୍ଶନ ଉପରେ ନିର୍ଭର କରିବ । ତେବେ ଏମ.ଏସ ଧୋନୀ ଏବଂ ଅମ୍ବାତି ରାୟୁଡୁଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ୧ ବର୍ଷରୁ ଅଧିକ ହେବ କୌଣସି ଇଣ୍ଟରାନସନାଲ ମ୍ୟାଚ ଖେଳି ନାହାନ୍ତି । ରୈନା ଆହୁରି କହିଛନ୍ତି ଯେ, ମାହି ବର୍ତ୍ତମାନ ଖୁବ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଧୋନୀଙ୍କର ଅଭ୍ୟାସ ସମୟର ବିଭିନ୍ନ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

କ୍ରିକେଟ ମଇଦାନରେ ଧୋନୀ ଏବଂ ରୈନାଙ୍କ ଯୋଡି ଖୁବ ପସନ୍ଦ କରିଛନ୍ତି କ୍ରିକେଟ ପ୍ରେମୀ । ଭାରତୀୟ ଦଳ ହେଉ କିମ୍ବା ଚେନ୍ନାଇ ସୁପର କିଙ୍ଗସ, ଉଭୟ ଟିମ ପାଇଁ ଖୁବ ସଫଳ ସାବ୍ୟସ୍ତ ହୋଇଛି ଏହି ଦୁଇ ଖେଳାଳିଙ୍କ ଯୁଗଳବନ୍ଦୀ । ତେଣୁ ଚେନ୍ନାଇ ସୁପର କିଙ୍ଗରେ ଧୋନୀଙ୍କୁ ଥାଲା ଏବଂ ରୈନାଙ୍କୁ ଚିନ୍ନା ଥାଲା ବୋଲି ମଧ୍ୟ ନାମ ଦିଆଯାଇଛି । ତେବେ ଧୋନୀଙ୍କର ଏତେ ନିକଟତର ସାଥୀ ରୈନା ବର୍ତ୍ତମାନ ଧୋନୀ ଆଇପିଏଲ କ୍ୟାରିୟରକୁ ନେଇ ବଡ ବୟାନ ଦେଇଛନ୍ତି । ଚଳିତବର୍ଷ ଧୋନୀ ଆଇପିଏଲରୁ ବିଦାୟ ନେବା ନେଇ ଅନେକ ଆଲୋଚନା ଲାଗି ରହିଛି । କିନ୍ତୁ ରୈନା ଏହାର ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

Get real time updates directly on you device, subscribe now.