fbpx

ବର୍ଷା ନେଇ ୮ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୯ା୪(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ଏବେ ୪-୫ ଦିନ ହେବ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଏହାରି ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାରେ ବିଜୁଳି ସହ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

୮ ଜିଲ୍ଲା ଗୁଡ଼ିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ ଜିଲ୍ଲାର ୪ଟି ସ୍ଥାନରେ ପ୍ରବଳ ଝଡ଼ ବର୍ଷାର ସମ୍ଭାବନା ରହିଛି । ଧାମନଗର, ତିହିଡ଼ି, ଭଦ୍ରକ ଓ ବାସୁଦେବପୁର ବ୍ଲକରେ ବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.