fbpx

Police DSP ପାହ୍ୟାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ସାମିଲ ହେଲେ ରାଇସେନ ମୁର୍ମୁ

Advertisement

ଓଡିଶା ଭାସ୍କର; ପୁଲିସ ଡିଏସପି ପାହ୍ୟାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବିଜେଡିରେ ସାମିଲ ହେଲେ ରାଇସେନ ମୁର୍ମୁ । ଆହୁରି ଲମ୍ବା ସମୟ ଅର୍ଥାତ ୧୪ ବର୍ଷ ଚାକିରି କାର୍ଯ୍ୟକାଳ ଥିବା ବେଳେ ଚାକିରୀ ଛାଡି ରାଜନୀତି କ୍ଷେତ୍ରରେ ପାଦ ଥାପିଛନ୍ତି ରାଇସେନ । ଆଜି ବିଧିବଦ୍ଧ ଭାବେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ରାଇସେନ ଶଙ୍ଖ ଭବନ ଠାରେ ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ମିଶ୍ରଣ ପର୍ବରେ ତାଙ୍କ ଜିଲ୍ଲା ପର୍ୟ୍ୟବେକ୍ଷକ ଜନ୍ମେଞ୍ଜୟ ଲେଙ୍କା ଓ ଜିଲ୍ଲା ସଭାପତି କାଶୀନାଥ ହେମ୍ବମ ଓ ରାଇରଙ୍ଗପୁର ପୋୖରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଛ, ନିର୍ମଳ ଭାବମୂର୍ତି ସହିତ ବିକାଶର ଧାରା ମତେ ଦଳ ପ୍ରତି ଆକୃଷ୍ଟ କରିଛି ବୋଲି ଏହି ଅବସରରେ ରାଇସେନ କହିଛନ୍ତି ।

Get real time updates directly on you device, subscribe now.