fbpx
BJD SKY
BJD SKY

ହାତରେ ମୋବାଇଲ୍ ନ ଥିଲେ ବି ଚାଲୁଛି ଆଙ୍ଗୁଠି, ମାନସିକ ଅବସ୍ଥା ବିଗିଡି ଯିବା ପରେ ଏବେ ପାଗଳ ଖାନାରେ ୧୪ ବର୍ଷର ବାଳକ

BJD

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ମୋବାଇଲ୍ ଗେମ୍ ଖେଳିବାରେ ଏତେମାତ୍ରାରେ ଅଭ୍ୟସ୍ତ ହୋଇଗଲେଣି ଯେ, ଭୋକ ଶୋଷ , ପାଠ ପଢା ସବୁକିଛି ଭୁଲି ଗଲେଣି । ମୋବାଇଲ୍ରେ ଫାୟାର ଫ୍ରି ଓ ପବଜୀ ପରି ଅନଲାଇନ୍ ଗେମ୍ ଖେଳି ଏକ ୧୪ ବର୍ଷର ବାଳକର ମାନସିକ ସନ୍ତୁଳନ ଏପରି ବିଗିଡି ଯାଇଛି ଯେ ଏବେ ସେ ପାଗଳ ଖାନାରେ ରହି ଚିକିତ୍ସିତ ହେଉଛି । ଘଟଣାଟି ହେଉଛି ରାଜସ୍ଥାନ ଅଲୱରର । ସେ ୧୫ ଘଣ୍ଟାରୁ ଅଧିକ ସମୟ ଧରି ଗେମ୍ ଖେଳୁଥିଲା । ବାଳକ ୭ମ କ୍ଲାସରେ ପଢୁଥିବା ବେଳେ ଗତ ୭ ମାସ ହେବ ମୋବାଇଲ୍ ଚକ୍କରରେ ପଡି ପାଠ ପଢାରୁ ପୁରା ଦୂରେଇ ଯାଇଥିଲା ।

ଅଲୱର ସହରର ମୁଙ୍ଗସ୍କା କଲୋନୀରେ ରହୁଥିବା ଏହି ବାଳକକୁ ମୋବାଇଲ୍ ମାନିଆ ହୋଇଯାଇଥିଲା । ସେ ଲଗାତର ମୋବାଇଲ୍ରେ ଫ୍ରି ଫାୟାର ଓ ପବଜୀ ପରି ଅନଲାଇନ୍ ଗେମ୍ ଦେଖୁଥିଲା । ଧୀରେ ଧୀରେ ତାର ମାନସିକ ସନ୍ତୁଳନ ବିଗିଡିବାରେ ଲାଗିଲା । ଏବେ ସେ ଏପରି ଅବସ୍ଥାକୁ ଆସିଯାଇଛି ଯେ, ତାର ପିତାମାତା ତାକୁ ମାନସିକ ବିକଳାଙ୍ଗଙ୍କ ଚିକିତ୍ସା କରାଯାଉଥିବା ସଂସ୍ଥାରେ ରଖି ଚିକିତ୍ସା କରାଉଛନ୍ତି । ତେବେ ପିଲାଟିର ଅବସ୍ଥା ଏବେ ଏପରି ହୋଇଯାଇଛି ଯେ, ସେ ସେଠାରେ ବାରମ୍ବାର ମୋବାଇଲ୍ ଗେମ୍ ଖେଳିବାକୁ ଜିଦ୍ କରୁଥିବାରୁ ତାକୁ ଜଞ୍ଜିରରେ ବାନ୍ଧି ରଖାଯାଇଛି ।

ଏହି ବାଳକର ମା’ ନିକଟବର୍ତ୍ତୀ ଘରେ ଝାଡୁପୋଛା ଲଗାଉଥିବା ବେଳେ ବାପା ରିକ୍ସା ଚଳାଇଥାନ୍ତି । ଗତ ୭ ମାସ ତଳେ ତାର ପିତା ତାକୁ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ କିଣି ଦେଇଥିଲେ । ଏହା ପରଠାରୁ ପିଲାଟି ଲଗାତର ଫୋନ୍ରେ ନିଜକୁ ବ୍ୟସ୍ତ ରଖୁଥିଲା ଓ ଦିନକୁ ୧୪/୧୫ ଘଣ୍ଟା ଫୋନ୍ ଦେଖୁଥିଲା । ରାତିରେ ଶୋଇବା ସମୟରେ ବି ସେ ଚାଦର ତଳେ ଫୋନ୍ ଦେଖୁଥିଲା । ତାର ଅବସ୍ଥା ଏପରି ହୋଇଯାଇଥିଲା ଯେ, ହାତରେ ଫୋନ୍ ନ ଥିଲେ ବି ତାର ହାତର ଅଙ୍ଗୁଳି ସବୁବେଳେ ମୋବାଇଲ୍ ସ୍କ୍ରିନ୍ରେ ଚାଲିବା ପରି ଚାଲୁଥିଲା ।

Get real time updates directly on you device, subscribe now.