fbpx

ରାସ୍ତାକଡ଼ରେ ଅଟକି ଚା’ ତିଆରି କଲେ ଏହି ମୁଖ୍ୟମନ୍ତ୍ରୀ: ଏପରି ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ହେଲେ ଉପସ୍ଥିତ ଲୋକେ, ଫଟୋ ଭାଇରାଲ

ରାଜସ୍ଥାନ: ରାଜସ୍ଥାନର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଆଜି ସକାଳୁ ଭରତପୁର ଆସୁଥିବା ସମୟରେ ରାସ୍ତାରେ ଅଟକି ଚା ତିଆରି କରିବା ଦୃଶ୍ୟ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କର ଏପରି ଦୃଶ୍ୟ ଦେଖି ସମସ୍ତେ ବେଶ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ସେଠାରେ ଚା’ ତିଆରି କରି ପିଇବା ପରେ ଦୋକାନୀ ସହିତ ମଧ୍ୟ କଥା ହୋଇଥିଲେ ଭଜନଲାଲ । ଏପରିକି ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ ।

ଆଜି ସକାଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଜୟପୁରରୁ ଭରତପୁର ଯାଉଥିଲେ । ତେବେ ରାସ୍ତାରେ ଏକ ଚା ଦୋକାନ ଦେଖି ସେ ସେଠାରେ ଅଟକି ଯାଇ ନିଜ ହାତରେ ଚା ତିଆରି କରିବା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଅନ୍ଦାଜ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଚା ତିଆରି କରି ପିଇବା ପରେ ସେ ଦୋକାନୀଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସାହାଯ୍ୟ କରିଥିଲେ।

ତେବେ ରାଜସ୍ଥାନର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତପୁର ଗସ୍ତ କରିଛନ୍ତି। ଜୟପୁରରୁ ଭରତପୁର ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ସ୍ଥାନରେ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ। ଏହି ସମୟରେ ରାସ୍ତାରେ ଏକ ଚା’ ଦୋକାନରେ ଅଟକି ଏପରି ଚା’ ତିଆରି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନାଯୋଗ୍ୟ, ରାଜସ୍ଥାନରେ ନୂତନ ସରକାର ଗଠନ ପରେ କ୍ୟାବିନେଟ ଗଠନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଏହି ସମୟରେ ସୋସିଆଲ ମିଡିଆରେ ମନ୍ତ୍ରୀମାନଙ୍କର ତାଲିକା ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବହୁ ବରିଷ୍ଠ ନେତାଙ୍କ ନାମ ରହିଛି। ତେବେ ବିଜେପି ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଏଭଳି ତାଲିକା ପ୍ରକାଶ କରିନାହିଁ।

ରାଜସ୍ଥାନରେ କ୍ୟାବିନେଟ ସଂପର୍କରେ ଚର୍ଚ୍ଚା ଚାଲିଛି। ମନ୍ତ୍ରିମଣ୍ଡଳ ସମ୍ପର୍କରେ ଜୟପୁର ଏବଂ ଦିଲ୍ଲୀରେ ମଧ୍ୟ ବୈଠକ ଜାରି ରହିଛି। ସୂଚନାନୁସାରେ, ବିଜେପି ନେତୃତ୍ୱ ପକ୍ଷରୁ ସିପି ଜୋଶୀ, ରାଜେନ୍ଦ୍ର ରାଠୋର, ଚନ୍ଦ୍ରଶେଖର ଏବଂ ଅରୁଣ ସିଂଙ୍କୁ କ୍ୟାବିନେଟ ଅଦଳବଦଳ ଦାୟିତ୍ୱ ଦିଆଯାଇଛି। ତେବେ ଖୁବ ଶୀଘ୍ର କ୍ୟାବିନେଟ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.