fbpx

ସୋସିଆଲ ମିଡ଼ିଆକୁ ବିଜ୍ଞାପନ ଦେବେ ସରକାର! ମାସକୁ ମିଳିପାରିବ ୧୦ ହଜାରରୁ ୫ ଲକ୍ଷ, ସବସ୍କ୍ରାଇବର୍ସ ଅନୁସାରେ ଧାର୍ଯ୍ୟ ହେବ ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଜଣେ ୟୁଟ୍ୟୁବର ଓ ରିଲସ୍ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କୁ ସରକାରଙ୍କ ତରଫରୁ ବିଜ୍ଞାପନ ଦିଆଯିବ । ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ବଢ଼ାଇବା ଲକ୍ଷ୍ୟରେ ନିକଟରେ ରାଜସ୍ଥାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସକ୍ରିୟ ରହୁଥିବା ଲୋକମାନେ ବେଶ୍ ଉପକୃତ ହୋଇ ପାରିବେ ।

ଏନେଇ ସୂଚନା ଓ ଜନସମ୍ପର୍କ ବିଭାଗ (ଡିଆଇପିଆର) ପକ୍ଷରୁ ନିକଟରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଭାଗ ପକ୍ଷରୁ ନିୟମିତ ଭାବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ବିଜ୍ଞାପନ ଜାରି କରାଯାଇଥାଏ । ମାତ୍ର ଆଗାମୀ ଦିନରେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ପାଇଁ ମଧ୍ୟ ବିଜ୍ଞାପନ ଜାରି କରାଯିବ । ଏଥିସହିତ ଏନେଇ ରାଜ୍ୟ ସରକାର ୪ଟି ଶ୍ରେଣୀ ତିଆରି କରିଛନ୍ତି ।

୧- ସର୍ବନିମ୍ନ ୧୦ ଲକ୍ଷ ସବସ୍କ୍ରାଇବର, ୨- ସର୍ବନିମ୍ନ ୫ ଲକ୍ଷ ସବସ୍କ୍ରାଇବର, ୩- ସର୍ବନିମ୍ନ ୧ ଲକ୍ଷ ସବସ୍କ୍ରାଇବର, ୪- ସର୍ବନିମ୍ନ ୧୦ ହଜାର ସବସ୍କ୍ରାଇବର । ଏହି ଆଧାରରେ ସରକାର ବିଜ୍ଞାପନ ଜାରି କରିବା ସହିତ ଅଲଗା ଅଲଗା ରେଟ୍ ପ୍ରଦାନ କରିବେ । ଏ ଶ୍ରେଣୀର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ / ପେଜ / ଚ୍ୟାନେଲଙ୍କୁ ମାସିକ ୫ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇପାରେ । ସେହିପରି ବି ଶ୍ରେଣୀକୁ ମାସକୁ ୨ ଲକ୍ଷ, ସି ଶ୍ରେଣୀକୁ ମାସକୁ ୫୦ ହଜାର ଓ ଡି ଶ୍ରେଣୀକୁ ମାସକୁ ୧୦ ହଜାର ଟଙ୍କାର ବିଜ୍ଞାପନ ଦିଆଯିବ । ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ବ୍ୟକ୍ତିମାନେ ବହୁମାତ୍ରାରେ ଲାଭବାନ ହୋଇ ପାରିବେ ।

Get real time updates directly on you device, subscribe now.