fbpx

ଉବୁଟୁବୁ ରାଜଧାନୀ, କଲବଲ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗ ମୁତିଲେ ରାଜଧାନୀ ଉବୁଟୁବୁ! ଲଗାଣ ବର୍ଷା ହେଲେ ବେହାଲ ହେଉଛି ସ୍ମାର୍ଟ ସିଟି । ଫି’ ବରଷ ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ସମସ୍ୟା ସୁଧାରି ପାରୁନାହାନ୍ତି ସରକାର । ପ୍ରଶାସନର ସବୁ ପ୍ଲାନ୍ ଫେଲ୍ ମାରୁଛି । ଯେଉଁଠି ଓଭର୍ ବ୍ରିଜ୍ ଉପରେ ପାଣି ଅଟକି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି, ସେଇଠି ଆଚାର୍ଯ୍ୟ ବିହାରର ଆଶ୍ଚର୍ଯ୍ୟ ଦୃଶ୍ୟ ସାଧାରଣ କଥା ହୋଇଗଲାଣି । ଚାରିଆଡ଼େ ଆଣ୍ଠୁଏ ଲେଖାଏ ପାଣି । ଫଳରେ ରାଜଧାନୀର ଅନେକ ଅଞ୍ଚଳରେ ଲୋକେ କଲବଲ ହେଉଛନ୍ତି । ଜଳଘେରରେ ବନ୍ଦି ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନି ।

ଲଗାଣ ମୌସୁମୀ ବର୍ଷାରେ ବେହାଲ ରାଜଧାନୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ରାଜ୍ୟରେ ଏବେ ବର୍ଷା ଳାଗି ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଏହି ଲଗାଣ ବର୍ଷା ଯୋଗୁଁ ରାଜଧାନୀର ଏକାଧିକ ସ୍ଥାନରେ ବର୍ଷା ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ଦିଆଯାଇଥିବା ଫଟୋ ହେଉଛି ରସୁଲଗଡ଼ ସ୍ଥିତ ୧୯ ନଂ ୱାର୍ଡର ଜିଜିପି କଲୋନୀର ଦୃଶ୍ୟ । ଯେଉଁଠି ପାଖାପାଖି ୭ରୁ ଅଧିକ ପରିବାର ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଜନସାଧାରଣଙ୍କ ବାରମ୍ବାର ଅଭିଯୋଗରେ ପରେ ବି ଏହା ପ୍ରଶାସନର ଦୃଷ୍ଟି ଗୋଚର ହେଉନାହିଁ ଯାହା ସାଧାରଣରେ ଅସନ୍ତୋଷର ମୂଳ କାରଣ ପାଲଟିଛି । ବର୍ଷା ପୂର୍ବରୁ ସମସ୍ତ ଡ୍ରେନ କାମ ସରିଯିବ ନେଇ ବିଏମସି କମିଶନର ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଳେ କିନ୍ତୁ ଏବେ ଏହା ପ୍ରତିଶ୍ରୁତି ହୋଇ ରହିଯାଇଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ହନ୍ତସନ୍ତ ହେଉଛନ୍ତି ।

 

Get real time updates directly on you device, subscribe now.