fbpx

ପୁଅର ବୟସ ୧୮ ବର୍ଷ ହୋଇଗଲେ ବି ବାପାର ଦାୟିତ୍ଵ ଶେଷ ହୁଏ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ 

Advertisement

ନୂଆଦିଲ୍ଲୀ : ଯଦି ପୁଅର ବୟସ ୧୮ ବର୍ଷ ହୋଇଯାଏ, ତେବେ ବି ବାପାର ପୁଅ ପ୍ରତି ଦାୟିତ୍ଵ ଶେଷ  ହୁଏ ନାହିଁ। ପୁଅ ସାବାଳକ ହେବା ପରେ ଏହାର ଶିକ୍ଷା ଏବଂ ଅନ୍ୟ ସମସ୍ତ ଖର୍ଚ୍ଚ ଏକାକୀ ମା ଉଠାଇ ପାରିବ ନାହିଁ। ବାପାଙ୍କୁ ମଧ୍ୟ ନିଜ ଦାୟିତ୍ଵ ନିର୍ବାହ କରିବାକୁ ପଡିବ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏକ ମାମଲାର ଶୁଣାଣି ସମୟରେ ଏହି ଟିପ୍ପଣୀ କରିଛନ୍ତି। ଏଥିସହ ଅଦାଲତ ପିଲାର ମାଙ୍କୁ ମାସିକ ଖର୍ଚ୍ଚ ହିସାବରେ ୧୫ ହଜାର ଟଙ୍କା ଦେବାକୁ ବାପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି, ପିଲାର ଗ୍ରାଜୁଏସନ ପୂରା ହେବା ପର୍ଯ୍ୟନ୍ତ କିମ୍ବା ସେ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ବାପାଙ୍କୁ ଭତ୍ତା ଦେବାକୁ ପଡିବ।

ଅଦାଲତ କହିଛନ୍ତି, ବାପା ଏହାକୁ ନେଇ ଆଖି ବନ୍ଦ କରି ପାରିବେ ନାହିଁ ଯେ ପରିବାର ଭରଣପୋଷଣ ଖର୍ଚ୍ଚ ବଢି ଯାଉଛି। ଏମିତିରେ ପୁଅର ପାଠପଢା ଏବଂ ନିଜ ଖର୍ଚ୍ଚର ଦାୟିତ୍ଵ କେବଳ ମା ଉପରେ ଛାଡିଦେବା ଭୁଲ୍ ହେବ। ଏହା ପୂର୍ବରୁ ୨୦୧୮ରେ ଟ୍ରାଏଲ କୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ପୁଅର ପଢା ପାଇଁ ବାପା ଟଙ୍କା ଦେଇ ପାରିବେ ନାହିଁ ବୋଲି ଟ୍ରାଏଲ କୋର୍ଟ ନିଜ ରାୟରେ କହିଥିଲେ। କିନ୍ତୁ ଅଦାଲତ ନାବାଳିକା ଝିଅକୁ ଟଙ୍କା ଦେବାକୁ ବାପାକୁ ଆଦେଶ ଦେଇଥିଲେ। ଟ୍ରାଏଲ କୋର୍ଟର ଏହି ରାୟକୁ ମା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସୂଚନାଯୋଗ୍ୟ, ଦମ୍ପତ୍ତି ୧୯୯୭ ନଭେମ୍ବରରେ ବିବାହ ହୋଇଥିଲେ ଏବଂ ଉଭୟଙ୍କ ଦୁଇଟି ପିଲା ଅଛନ୍ତି। ଏହା ପରେ ୨୦୧୧ ନଭେମ୍ବରରେ ଉଭୟ ଅଲଗା ହୋଇ ଯାଇଥିଲେ। ଏବେ ପୁଅର ବୟସ ୨୦ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୮ ବର୍ଷ। ପରିବାର କୋର୍ଟର ଆଦେଶ ଅନୁଯାୟୀ, ପୁଅ ସେ ପର୍ଯ୍ୟନ୍ତ ବାପାର ଲାଳନପାଳନର ହକଦାର, ଯେ ପର୍ଯ୍ୟନ୍ତ ସେ ୧୮ ବର୍ଷ ନହୋଇଛି। ଏହା ବ୍ୟତୀତ ଝିଅର ବାପା ଉପରେ  ସେ ପର୍ଯ୍ୟନ୍ତ ଅଧିକାର ରହିଛି, ଯେ ପର୍ଯ୍ୟନ୍ତ ସେ ରୋଜଗାରକ୍ଷମ ନହୋଇଛି କିମ୍ବା ତାର ବିବାହ ନହୋଇଛି। ହେଲେ ହାଇକୋର୍ଟ ନିଜ ଆଦେଶରେ କହିଛନ୍ତି, ଦୁଇ ପିଲା ମା ପାଖରେ ରୁହନ୍ତୁ। କିନ୍ତୁ ଯେମିତି  ପିଲାଙ୍କ ପାଠପଢା ଖର୍ଚ୍ଚ ଏବଂ ଘର ଚଳାଇବାରେ ମାଙ୍କୁ କୌଣସି ଅସୁବିଧା ନହୁଏ।  ବାପାଙ୍କୁ ପୁଅ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ।

 

Get real time updates directly on you device, subscribe now.