fbpx
BSKY
BJD SHG SKY
BJD MC SKY

କାମ କରୁନାହିଁ ଚୀନ୍ ଭ୍ୟାକ୍ସିନ, ଚୀନ ନିର୍ମିତ ଭ୍ୟାକ୍ସିନ୍ ବିରୋଧରେ ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍ ବୋଲି ପୂର୍ବରୁ ଅନେକବାର ଚର୍ଚ୍ଚା ହୋଇଛି । ତେବେ ବର୍ତ୍ତମାନ ଚୀନ ଭ୍ୟାକ୍ସିନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଚୀନ ବିଭିନ୍ନ ଦେଶକୁ ପଠାଉଥିବା ଭ୍ୟାକ୍ସିନ ସେତେଟା ପ୍ରଭାବଶାଳୀ ନୁହେଁ, ଯାହା କରୋନା ସଂକ୍ରମଣକୁ ରୋକିବାରେ ଅସମର୍ଥ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଫାଇଜର-ବାୟୋଏନଟେକ୍ ଓ ମଡର୍ଣ୍ଣା ଟିକାର କ୍ଷମତା ୯୦ ପ୍ରତିଶତ ରହିଥିବା ବେଳେ ଚୀନ ନିର୍ମିତ ଦୁଇଟି ଟିକା ସିନୋଫାର୍ମା ଓ ସିନୋଭାକର କ୍ଷମତା ଯଥାକ୍ରମେ ୭୮ ଓ ୫୧ ପ୍ରତିଶତ ରହିଥିବା ଜଣାପଡ଼ିଛି ।

କରୋନା ଲଢ଼େଇ ପାଇଁ ମଙ୍ଗୋଲିଆ, ସିସେଲ୍ସ ଓ ବାହରିନ୍ ପରି ଦେଶ ଚୀନ ଭ୍ୟାକ୍ସିନ ଉପରେ ନିର୍ଭର କରୁଛନ୍ତି । ମାତ୍ର ଭ୍ୟାକ୍ସିନ ନେବା ପରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଏକ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି । ଉପରୋକ୍ତ ତିନୋଟି ଦେଶର ମୋଟ ଜନସଂଖ୍ୟାର ୫୦ରୁ ୬୮ ପ୍ରତିଶତ ଲୋକଙ୍କୁ ଚୀନ ଭ୍ୟାକ୍ସିନ ପ୍ରଦାନ କରାଯାଇଛି । ଏହି ଦେଶଗୁଡ଼ିକ କୋଭିଡ୍-୧୯ କାୟା ବିସ୍ତାର ହୋଇଥିବା ଟପ୍-୧୦ ଦେଶଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ସିସେଲ୍ସ ମୁଖ୍ୟତଃ ଚୀନ୍ ଭ୍ୟାକ୍ସିନ ସିନୋଫାର୍ମ ଉପରେ ନିର୍ଭର କରୁଥିବା ବେଳେ ଏହି ଦେଶର ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୧୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମଙ୍ଗୋଲିଆର ମୋଟ ଜନସଂଖ୍ୟାର ୫୨ ପ୍ରତିଶତ ଲୋକଙ୍କୁ ଚୀନ ଭ୍ୟାକ୍ସିନ ଦେବା ପରେ ମାସକ ପୂର୍ବରୁ ୨୪୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା । ବାହରିନ୍ ଓ ୟୁଏଇ ପ୍ରଥମେ ସିନୋଫାର୍ମ ଟିକା ନେବା ପରେ ଉକ୍ତ ଦୁଇ ଦେଶର ଅଧିକାଂଶ ଲୋକ ସଂକ୍ରମିତ ହୋଇଥିଲେ ।

ତେବେ ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର ସଂକ୍ରମଣ ଓ ଟିକା ମଧ୍ୟରେ କୌଣସି ସମ୍ପର୍କ ନାହିଁ । କିଛି ଦେଶରେ ଟିକାକରଣ ପର୍ଯ୍ୟାପ୍ତ ମାତ୍ରରେ ହୋଇନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସୂଚନା ଦେଇଥିଲା । ତେଣୁ ଉକ୍ତ ଦେଶମାନେ ଟିକାକରଣ ଜାରି ରଖିବା ଦରକାର । ଅନେକ ଦେଶ ଚୀନ ଟିକା ନେବା ପରେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ଏହି ଭ୍ୟାକ୍ସିନ୍ ଭାଇରସ୍ ବିରୋଧରେ ଭଲ କାମ କରୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.