fbpx

Mastercardର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ରଜନୀଶ କୁମାର

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ବିଶ୍ୱର ଅନ୍ୟତମ ସର୍ବବୃହତ ପେମେଣ୍ଟ ପ୍ରୋସେସିଂ ନେଟୱାର୍କ ମାଷ୍ଟରକାର୍ଡର ନୂଆ ଅଧ୍ୟକ୍ଷ ଭାବେ ରଜନୀଶଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୭ ମସିହା ଅକ୍ଟୋବରରୁ ୨୦୨୨ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ରଜନୀଶ ଏସବିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

ରଜନୀଶ ୫ ବର୍ଷ ଧରି ଏସବିଆଇ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ ତାଙ୍କ ନେତୃତ୍ୱରେ ଏସବିଆଇ ୟୋନୋ ପ୍ଲାଟଫର୍ମ ଲଞ୍ଚ ହୋଇଥିଲା । ନୂଆ ଦାୟିତ୍ୱ ନେଇ ରଜନୀଶ ବେଶ୍ ଉତ୍ସାହିତ ଥିବା କହିଛନ୍ତ । ବ୍ୟାଙ୍କିଂ କ୍ଷେତ୍ରରେ ରଜନୀଶଙ୍କର ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି । ସେ କ୍ରେଡିଟ, ପ୍ରୋଜେକ୍ଟ ଫାଇନାନ୍ସ, ଫରେନ୍ ଏକ୍ସଚେଞ୍ଜ ଓ ରିଟେଲ ବ୍ୟାଙ୍କିଂ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ ।

କେବଳ ଭାରତରେ ନୁହେଁ, ବ୍ରିଟେନ ଓ କାନାଡ଼ା ପରି ଅନେକ ଦେଶରେ ମଧ୍ୟ ରଜନୀଶ ଅନେକ ଦାୟିତ୍ୱ ସମ୍ଭାଳିଥିଲେ । ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିବା ରଜନୀଶ ୧୯୮୦ରେ ଏସବିଆଇରେ ଜଣେ ପ୍ରୋବେସନାରୀ ଅଫିସର ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ନିଜର ଲମ୍ବା କ୍ୟାରିୟରରେ ପୁଣେ ଜୋନର ଡେପୁଟି ଜେନେରାଲ ମ୍ୟାନେଜର, ଉତ୍ତର-ପଶ୍ଚିମ-୨ର ଜେନେରାଲ ମ୍ୟାନେଜର, ରିଜିଓନାଲ ହେଡ୍ ଏସବିଆଇ (ୟୁକେ), ଚିଫ ଜେନେରାଲ ମ୍ୟାନେଜର, ନର୍ଥ-ଇଷ୍ଟ ସର୍କଲ ଓ ଚିଫ ଜେନେରାଲ ମ୍ୟାନେଜର ପ୍ରୋଜେକ୍ଟ ଫାଇନାନ୍ସ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଥିଲେ ।

Get real time updates directly on you device, subscribe now.