fbpx

ବିହାରର ‘ଡିଜିଟାଲ ଭିକାରି’: ବୋକରେ ଫୋନ-ପେ’ର କ୍ୟୁଆର୍ ଝୁଲାଇ ମାଗୁଛନ୍ତି ଭିକ, ସମୟ ସହ ବୃତ୍ତିକୁ କରିଛନ୍ତି ଡିଜିଟାଲ୍…

AAKASH

ବିହାର: ଆପଣଙ୍କୁ ଯଦି ଭିକାରି ପଇସା ମାଗେ ଆପଣ ଚେଞ୍ଜ ପଇସା ପାଇଁ ପକେଟ ଖୋଜନ୍ତି, ଯଦି ନ ଥିବ ତେବେ ମନା କରଦିଅନ୍ତି । କିନ୍ତୁ କେବେ ଭିକାରୀ ଡିଜିଟାଲ ପେମେଣ୍ଟ ଆପଣଙ୍କୁ ପଇସା ମାଗିବାର ଦେଖିଛନ୍ତି । ଏହା ସତ, ବିହାରର ଜଣେ ଭିକାରୀ ଡିଜିଟାଲ ପେମେଣ୍ଟରେ ଭିକ ମାଗୁଥିବା ଦେଖାଯାଇଛି । ଏଭଳି ଏକ ଚିତ୍ର ବିହାରର ବୋତିଆ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ।

ବିହାରର ବୋତିଆରେ ଥିବା ବସୱାରିଆର ୩୦ ନମ୍ବର ୱାର୍ଡରେ ରହୁଛନ୍ତି ପ୍ରଭୁନାଥ ପ୍ରସାଦଙ୍କ ୪୦ ବର୍ଷର ପୁଅ ରାଜୁ ପ୍ରସାଦ (୩୦) । ସେ ରେଳ ଷ୍ଟେସନରେ ଭିକ ମାଗିକି ଚଳନ୍ତି । ଦୁର୍ବୁଦ୍ଧି କାରଣରୁ ତାଙ୍କୁ ଅନ୍ୟ କିଛି ପନ୍ଥା ନ ମିଳିବାରୁ ସେ ଭିକ ମାଗି ତାଙ୍କର ପେଟ ପୋଷୁଛନ୍ତି । କିନ୍ତୁ ସେ ସମୟ ସହିତ ତାଳ ଦେଇ ନିଜ ବୃତ୍ତିରେ ମଧ୍ୟ ଡିଜିଟାଲ ଆପଣାଇଛନ୍ତି । ପ୍ରକୃତରେ ରାଜୁଙ୍କୁ ଲୋକମାନେ ପଇସା ତ ଦିଅନ୍ତି କିନ୍ତୁ ଦେଇସାରିବା ପରେ ସେମାନେ ତାଙ୍କ ହସକୁ ରୋକିାରନ୍ତି ନାହିଁ । କାରଣ ତାଙ୍କର ନୂଆ ଟେକ୍‌ନିକ ଓ ଷ୍ଟାଇଲକୁ ଦେଖି ଯେ କେହିବି ହସିବ । ରାଜୁ ସ୍ମାର୍ଟ ଫୋନ ଧରିବା ସହିତ ତାଙ୍କ ଗଳାରେ ଫୋନ-ପେ ଓ ଅନ୍ୟ ଉପାୟରେ ଅନଲାଇନ ପେମେଣ୍ଟ କରିବା ପାଇଁ ସ୍କାନର ଝୁଲାଇଛନ୍ତି । ଯଦି କାହାରି ପାଖରେ ଖୁଚୁରା ପଇସା ନଥାଏ ସେ ତାଙ୍କୁ ଅନଲାଇନ ପେମେଣ୍ଟ କରିବାକୁ କହନ୍ତି । ରାଜୁଙ୍କ ଏଭଳି ଅଭିନବ ଉପାୟ ଦେଖି ଲୋକମାନେ ହସି ଦିଅନ୍ତି କାରଣ ଡିଜିଟାଲ ପେମେଣ୍ଟ ଯୋଗୁ ଆଉ ଖୁଚୁରା ପଇସାର ବାହାନା କରିହେବ ନାହିଁ । ରାଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ବିଶ୍ୱାସ କରନ୍ତି ଓ ତାଙ୍କର ମନକି ବାତ କାର୍ଯ୍ୟକ୍ରମ ସବୁବେଳେ ଶୁଣନ୍ତି । ରାଜୁଙ୍କ ଚର୍ଚ୍ଚା ଏବେ ପୁରା ସହର ସହିତ ଜିଲ୍ଲାରେ ମଧ୍ୟ ହେଉଛି । ସେ କହିଛନ୍ତି ଲାଲୁ ଯାଦବ ମଧ୍ୟ ତାଙ୍କ ପ୍ରଶଂସକ ଥିଲେ କାରଣ ଲାଲୁଙ୍କ ଆଦେଶରେ ୨୦୦୫ରେ ରାଜୁଙ୍କୁ ସପ୍ତକ୍ରାନ୍ତି ସୁରଫାଷ୍ଟ ଏକ୍ସପ୍ରେସର ପେଣ୍ଟ୍ରି କାରରୁ ସବୁଦିନ ଖାଦ୍ୟ ଖାଇବାକୁ ମିଳୁଥିଲା । ୨୦୧୫ ପର୍ଯ୍ୟନ୍ତ ତାଙ୍କୁ ଏପରି ଖାଇବାକୁ ଦିଆଯାଉଥିଲା ।

Get real time updates directly on you device, subscribe now.