fbpx

ବିକେୟୁରୁ ବିଦାହେଲେ ରାକେଶ ଟିକାୟତ, ରାଜେଶ ଚୌହାନ ହେଲେ ଅଧ୍ୟକ୍ଷ

Advertisement

ଲକ୍ଷ୍ନୌ: କିଷାନ ଆନ୍ଦୋଳନର ପ୍ରମୁଖ ଚେହେରା ବା କୃଷକ ନେତା ରାକେଶ ଟିକାୟତଙ୍କୁ ବିକେୟୁରୁ ବାହାର କରିଦିଆଯାଇଛି । ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରାଜେଶ ଚୌହାନଙ୍କୁ ଅଧ୍ୟକ୍ଷ କରାଯାଇଛି ।

ବିକେୟୁ ସଂସ୍ଥାପକ ଦିଗଙ୍ଗତ ଚୌଧୁରୀ ମହେନ୍ଦ୍ର ସିଂହ ଟିକାୟତର ପୁଣ୍ୟତିଥିରେ ରବିବାର ଲକ୍ଷ୍ନୌ ସ୍ଥିତ ଗନ୍ନା କିଷାନ ସଂସ୍ଥାନରେ ବିକେୟୁ ନେତାଙ୍କ ଏକ ବଡ଼ ବୈଠକ ହୋଇଥିଲା, ଯେଉଁଥିରେ ଟିକାୟତଙ୍କ ବିରୋଧରେ ଅସନ୍ତୋଷ ଯୋଗୁଁ ଭାରତୀୟ କିଷାନ ୟୁନିୟନରେ ଫାଟ ହୋଇଥିଲା ।

ପ୍ରକୃତରେ ବିକେୟୁର ଅନେକ ସଦସ୍ୟ ସଂଗଠନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ରହିଥିଲେ । ଏହି କିଷାନ ନେତାଙ୍କ ଅଭିଯୋଗ ରହିଛି ଯେ ରାକେଶ ଟିକାୟତ ନିଜର ରାଜନୀତିକ ବୟାନ ଏବଂ ଗତିବିଧିରେ ତାଙ୍କର ଅଣରାଜନୀତିକ ସଂଗଠନକୁ ରାଜନୀତିକ ରୂପ ଦେଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରାକେଶଙ୍କ ସମର୍ଥକ ବିକେୟୁ ନେତାଙ୍କ ନେତୃତ୍ୱ କରୁଥିବା ବିକେୟୁ ଉପାଧ୍ୟକ୍ଷ ହରିନାମ ସିଂହ ବର୍ମାଙ୍କ ଆବାସରେ ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇନଥିଲେ ।

ସୂଚନାଯୋଗ୍ୟ, ୨୦୨୦ ରେ ତିନି କୃଷକ ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ବଡ଼ ଧରଣର ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ରାକେଶ ଟିକାୟତଙ୍କ ମଧ୍ୟ ବଡ଼ ଭୁମିକା ରହିଥିଲା । ଯାହାପରେ ୨୦୨୧ ନଭେମ୍ବର ୧୯ ରେ ସରକାର ଏହି ତିନି କୃଷିକ ଆଇନକୁ ପ୍ରତ୍ୟାହାର କରିଥିଲେ ।

Get real time updates directly on you device, subscribe now.