fbpx

୩୧ ଅଗଷ୍ଟରେ ଏହି ଅମୃତ କାଳରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ, ଏହି ୪୮ ମିନିଟ୍ ସବୁଠାରୁ ଶୁଭ

ଚଳିତ ବର୍ଷ ୩୦ ଅଗଷ୍ଟରେ ଭଦ୍ରା କାଳ ପଡୁଥିବାରୁ ଏହି ସମୟରେ ରାକ୍ଷୀ ନ ବାନ୍ଧି ବହୁ ଲୋକ ୩୧ ଅଗଷ୍ଟର ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି । ଏହିଦିନ ବି ରାକ୍ଷୀ ବାନ୍ଧିବା ଲାଗି ଆପଣଙ୍କ ଲାଗି ବହୁତ କମ୍ ଶୁଭ ସମୟ ରହିଛି ।
୩୧ ଅଗଷ୍ଟ ସକାଳ ୭ଟା ୫ ମିନିଟ୍ ରୁ ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା ତିଥି ଓ ରକ୍ଷା ବନ୍ଧନର ମହତ୍ତ୍ୱ ସମାପ୍ତ ହୋଇଯାଉଛି । ତେଣୁ ଏହିଦିନ କେଉଁ ମୁହୂର୍ତ୍ତରେ ଭାଇକୁ ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହେବ ଜାଣିନିଅନ୍ତୁ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୩୧ ଅଗଷ୍ଟରେ ରକ୍ଷାବନ୍ଧନ ପାଳିବା ଅଧିକ ଉଚିତ ଓ ଉପଯୁକ୍ତ । ଏହିଦିନ ଭଦ୍ରାକାଳର ଚିନ୍ତା ନାହିଁ କି କୌଣସି ଅଶୁଭ ମୁହୂର୍ତ୍ତର ଚିନ୍ତା ନାହିଁ । ଅନ୍ୟପକ୍ଷରେ ଭାଇକୁ ରାକ୍ଷୀ ବାନ୍ଧିବାର ସବୁଠାରୁ ଭଲ ମୁହୂର୍ତ୍ତ ବି ଏହି ତିଥିରେ ପଡୁଛି । ଏହି କ୍ରମରେ ଆସନ୍ତୁ ଜାଣିନେବା ୩୧ ତାରିଖରେ କେଉଁ ସମୟ ରାକ୍ଷୀ ବାନ୍ଧିବା ଲାଗି ସବୁଠାରୁ ପ୍ରକୃଷ୍ଟ ସମୟ ।

୩୧ ଅଗଷ୍ଟରେ ସକାଳ ବ୍ରହ୍ମ ମୁହୂର୍ତ୍ତ ରାକ୍ଷୀ ବାନ୍ଧିବାର ସବୁଠାରୁ ଶୁଭ ମୁହୂର୍ତ୍ତ ଅଟେ । ଏହିଦିନ ଭୋର ୪ଟା ୨୬ ମିନିଟରୁ ସକାଳ ୫ଟା ୧୪ ମିନିଟ୍ ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତ ରହିଛି । ଅର୍ଥାତ୍ ଏହି ବ୍ରହ୍ମ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ଲାଗି ଆପଣଙ୍କୁ ପୁରା ୪୮ ମିନିଟ୍ ସମୟ ମିଳିବ ।

Get real time updates directly on you device, subscribe now.