fbpx

ରକ୍ଷାବନ୍ଧନରେ କିଡନି ଦେଇ ବଞ୍ଚାଇଲେ ଭାଇର ଜୀବନ : ଅପରେସନ ପୂର୍ବରୁ ବଡ଼ ଭଉଣୀ ବାନ୍ଧିଲା ରାକ୍ଷୀ

ନୂଆଦିଲ୍ଲୀ : ରକ୍ଷାବନ୍ଧନ ହେଉଛି ଭାଇ-ଭଉଣୀର ସ୍ନେହର ପର୍ବ । ଏହି ଦିନରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି । ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟର କାମନା କରନ୍ତି । ଭାଇମାନେ ଜୀବନ ସାରା ରକ୍ଷା କରିବାର ବଚନ ଦେଇଥାନ୍ତି । ଏହି ପର୍ବରେ ଭାଇମାନେ ଭଉଣୀଙ୍କୁ କିଛି ନା କିଛି ଗିଫ୍ଟ ଦେଇଥାନ୍ତି । କିନ୍ତୁ ଛତିଶଗଢରେ ଗୋଟେ ଭଉଣୀ ନିଜ ଭାଇକୁ ରାକ୍ଷୀରେ ଏକ ଅମୂଲ୍ୟ ଜିନିଷର ଗିଫ୍ଟ ଦେଇଛନ୍ତି । ଏହି ଗିଫ୍ଟଟି କୌଣସି ବରଦାନ ଠାରୁ କମ ନୁହଁ । ରାୟପୁରରେ ଗୋଟେ ଭଉଣୀ ନିଜ ଭାଇର ଜୀବନ ବଞ୍ଚାଇବା ପାଇଁ କିଡନୀ ଦାନ କରିବାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଢରେ ୪୮ ବର୍ଷର ଓମପ୍ରକାଶଙ୍କ ଗତବର୍ଷ ଦେହ ଅସୁସ୍ଥ ଥିଲା । ଚିକିତ୍ସା ପରେ ଜଣା ପଡିଲା ଯେ ଓମପ୍ରକାଶଙ୍କୁ କ୍ରନିକ କିଡନୀର ରୋଗ ହୋଇଛି । ତାଙ୍କର ଗୋଟିଏ କିଡନୀ ୮୦ ପ୍ରତିଶତ ଓ ଅନ୍ୟଟି ୯୦ ପ୍ରତିଶତ ଖରାପ ହୋଇଯାଇଛି । ଏହି ପରିସ୍ଥିତିରେ ଡାକ୍ତର ପରାମର୍ଶ ଦେଲେ ଯେ, ଓମପ୍ରକାଶଙ୍କୁ କେବଳ କିଡନୀ ଡୋନେଟ କରି ବଞ୍ଚାଇପାରି ହେବ । ଏହା ସହିତ ଡାକ୍ତର ପରିବାର ଲୋକଙ୍କୁ କହିଲେ ଯେ, ଓମପ୍ରକାଶଙ୍କୁ ନିହାତି ଗୋଟେ କିଡନୀ ଡୋନର ଦରକାର ଅଟେ । ଯେତେବେଳେ ତାଙ୍କ ବଡ଼ ଭଉଣୀ ଶୀଲାବାଇଙ୍କୁ ଏହି ବିଷୟରେ ଜଣାପଡିଲା ସେତେବେଳେ ସେ ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ସେ ନିଜେ ତାଙ୍କ ତାଙ୍କ ବଡ ଭାଇଙ୍କୁ କିଡନୀ ଦାନ କରିବାର ନିଷ୍ପତ୍ତି ନେଲେ ।

ବର୍ତ୍ତମାନ ଭଉଣୀ ଶୀଲାବାଇଙ୍କ ଅପରେସନ ପୂର୍ବରୁ ସମସ୍ତ ଟେଷ୍ଟ କରାଯାଇଥିଲା ଏବଂ ସେ ସବୁ ଟେଷ୍ଟରେ ସଠିକ ଥିଲେ । ତେଣୁ ଡାକ୍ତର ଏବେ ଅପରେସନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅପରେସନ ହେବା ପୂର୍ବରୁ ଶୀଲାବାଇ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି ।

Get real time updates directly on you device, subscribe now.