fbpx

ଆଜି ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀଙ୍କ ସ୍ନେହର ବନ୍ଧନକୁ ଦୃଢ କରେ ରାକ୍ଷୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ । ଏହାର ମହତ୍ତ୍ୱ ଅନେକ ରହିଥିବା ବେଳେ ରାକ୍ଷୀ ପୂର୍ଣ୍ଣିମାକୁ ଓଡ଼ିଶାରେ ଝୁଲଣ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା ଓ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ଏହି ଦିନକୁ ଭଉଣୀମାନେ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରକ୍ଷାବନ୍ଧନ ପାଳିବାକୁ ମନ ବଳାଇଛନ୍ତି । ଏଥିପାଇଁ ସେମାନେ ପୂର୍ବ ପ୍ରସ୍ତୁତି ଶେଷ କରିଥିବା ବେଳେ ସେହି ପ୍ରତିକ୍ଷାର ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ।

ଟ୍ୱିନସିଟିରେ ସପ୍ତାହାନ୍ତ ସଟ୍‌ଡାଉନ ବଳବତ୍ତର ରହିଥିବା ବେଳେ ଭଉଣୀମାନେ ରାକ୍ଷୀଷ୍ଟଲରୁ ରାକ୍ଷୀ ସଂଗ୍ରହ କରି ନେଇଛନ୍ତି । ଏଥିସହ ବିଭିନ୍ନ ପ୍ରକାରର ମିଠା ଓ ପିଠା ସଂଗ୍ରହ କରିଛନ୍ତି । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ଏହା ଭଉରୀ ପାଇଁ ଭାଇର ଏକ ରକ୍ଷା କବଚ ବୋଲି କୁହାଯାଏ ।

Get real time updates directly on you device, subscribe now.