fbpx

ପୁଣି ଚର୍ଚ୍ଚାରେ ରାକ୍ଷୀ ସାୱନ୍ତ: ମଝି ରାସ୍ତାରେ ବୟପ୍ରେଣ୍ଡଙ୍କ ସହ କଲେ ଏପରି ଭିଡିଓ ହେଲା ଭାଇରାଲ

ଓଡ଼ିଶା ଭାସ୍କର: ନିଜ ବୋଲ୍ଡ ଓ ବିନ୍ଦାସ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରାକ୍ଷୀ ସାୱନ୍ତ । କେତେବେଳେ ନିଜ ଡ୍ରେସ୍ ପାଇଁ ତ କେତେବେଳେ ନିଜ ରିଲେସନସିପକୁ ନେଇ ବଲିଓଡର ଟପ ଗସିପ୍‌ରେ ଥାଆନ୍ତି ରାକ୍ଷୀ ।ନିଜର ନୂଆ ବୟଫ୍ରେଣ୍ଡ ଓ ରିଲେସନସିପକୁ ନେଇ ବର୍ତ୍ତମାନ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ତେବେ ରାକ୍ଷୀ ଓ ତାଙ୍କ ନୂଆ ବୟଫ୍ରେଣ୍ଡ ଆଦିଲ ଖାନ ଦୁରାର୍ନୀଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ରାକ୍ଷୀ ଏବଂ ଆଦିଲଙ୍କ ସହ ମସ୍ତି ଓ ରୋମାନ୍ସ ଦେଖିବାକୁ ମିଳିବ । ଭିଡିଓର ଆରମ୍ଭରେ ରାକ୍ଷୀ ଛତା ନେଇ ପୋଜ ଦେଉଥିବାବେଳେ ହଠାତ ପବନର ବେଗ ଏତେ ଅଧିକ ବଢିଗଲା ଯେ ରାକ୍ଷୀ ନିଜକୁ ସମ୍ଭାଳି ନପାରି ଗାଡ଼ି ଉପରେ ପଡ଼ି ଯାଇଥିଲେ । ଅଧିକ ପବନ ଦେଉଥିବାରୁ ଛତାଟି ଓଲଟି ଥିବାର ମଧ୍ୟ ଦେଖିବାକୁ ପାଇବେ । ପରେ ଆଦିଲ ରାକ୍ଷୀଙ୍କୁ ସମ୍ଭାଳୁଥିବାର ଦୃଶ୍ୟ ଦେଖିବାକୁ ମିଳିବ ।
ଇନଷ୍ଟାଗ୍ରାମରେ ରାକ୍ଷୀ ଆଉ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେୟାର ହୋଇଥିବା ଏହି ଭିଡିଓରେ ରାକ୍ଷୀ ଓ ଆଦିଲଙ୍କର ସୁନ୍ଦର ଡ୍ୟାନ୍ସ ମୁଭ ଦେଖିବାକୁ ମିଳିବ । ସେହିପରି ଏହି ଭିଡିଓରେ ରାକ୍ଷୀ ଓ ଆଦିଲ କାଜୁଆଲ ଲୁକରେ ନଜର ଆସିଛନ୍ତି ।

ସୂଚନାଥାଉ କି, ବିବାଦୀୟ ମନ୍ତବ୍ୟ ଓ ରିଲେସନସିପକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି ରାକ୍ଷୀ ସାୱନ୍ତ । ସେହିପରି ବିଗ ବସ-୧୫ରେ ରାକ୍ଷୀ ନିଜ ସ୍ୱାମୀ ରିତେଶ ସିଂଙ୍କୁ ପରଦା ସାମ୍ନାକୁ ଆଣିଥିଲେ । କିନ୍ତୁ ସୋ ପରେ ହିଁ ସେମାନେ ଅଲଗା ହୋଇ ଯାଇଥିବା କଥା ସୋସିଆଲ ମିଡିଆରେ ସେୟାର କରି କହିଥିଲେ ରାକ୍ଷୀ । ବର୍ତ୍ତମାନ ରାକ୍ଷୀ ନିଜ ନୂଆ ବୟଫ୍ରେଣ୍ଡ ଆଦିଲ ଖାନ ଦୁରାର୍ନୀଙ୍କୁ ଡେଟ କରୁଥିବା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.