fbpx
BJD SKY
BJD SKY

(Video) ରାମ ରହିମଙ୍କୁ ଖଲିସ୍ତାନୀ ଡର… ହରିୟାଣା ପୁଲିସ ଦେଲା z-plus ସୁରକ୍ଷା

BJD

ବଳାତ୍କାର ଓ ହତ୍ୟା ମାମଲାରେ ଜେଲ ଦଣ୍ଡ ପାଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା… ଖାଲିସ୍ତାନୀଙ୍କ ଆକ୍ରମଣ ଭୟ ଥିବାରୁ ହରିୟାଣା ପୁଲିସ ତାଙ୍କୁ ଏହି ସୁରକ୍ଷା ଯୋଗାଇଦେଇଛି । ୨୧ ଦିନ ପାଇଁ ଜେଲରୁ ଛୁଟିରେ ବାହାରିଥିବା ରାମ ରହିମ ଉପରେ ଲୋକଙ୍କ ଆକ୍ରୋଶ ରହିଛି । ଏପରି କ୍ଷେତ୍ରରେ ତାଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା ରହିଛି । ଫଳରେ ହରିୟାଣା ସରକାର ଏପରି ସୁରକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି  ।

ସେପଟେ ଏପରି ଦୋଷୀକୁ କାହଁକି ଜେଡ୍ ପ୍ଲସ୍ ସୁରକ୍ଷା ଦିଆଗଲା ବୋଲି ପ୍ରଶ୍ନ କରାଯାଉଛି । ତା’ ଛଡା ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମକୁ କାହିଁକି ଜେଲରୁ ଛୁଟି ମିଳିଲା ବୋଲି ଅନେକ ଅଭିଯୋଗ କରୁଛନ୍ତି  । କିନ୍ତୁ ଏହା ସହିତ ନିର୍ବାଚନର କୌଣସି ପ୍ରକାରର ସମ୍ପର୍କ ନାହିଁ ବୋଲି  ହରିୟାଣା ସରକାର ପକ୍ଷରୁ କୁହାଯାଇଛି  । ଗତବର୍ଷ ମଧ୍ୟ ଡେରା ମୁଖ୍ୟ ରାମ ରହିମକୁ ମା’ ଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଜେଲରୁ ଛୁଟି ମିଳିଥିଲା । ରାମ ରହିମ ଏଯାଏଁ ହରିୟାଣା ରୋହତକ୍ ଜେଲରେ ବନ୍ଦୀ ରହିଥିଲେ  ।

ସୂଚନା ଅନୁସାରେ ରାମ ରହିମ ସିରସା ସ୍ଥିତ ଆଶ୍ରମରେ ଦୁଇ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା  । ଏହି ମାମଲାର ଶୁଣାଣିରେ ୨୦୧୭ ରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଦେଇଥିଲେ  । ଏହାବ୍ୟତୀତ ଡେରାର ପୂର୍ବ ପରିଚାଳକଙ୍କୁ ହତ୍ୟା ଘଟଣାରେ ମଧ୍ୟ ତାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ  । ଭାରତର ଖାସ୍ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ x, y, y-plus, z, zplus ପରି ସୁରକ୍ଷା । z-plus ଭାରତର ସବୁଠୁ ବଡ ସୁରକ୍ଷା କବଚ । ହେଲେ ଏପରି ଜଣେ ହତ୍ୟାକାରୀ ଓ ବଳାତ୍କାରୀକୁ ଏପରି ସୁରକ୍ଷା ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.