fbpx

କୋଭିଡ ପରେ ବି ସତର୍କ ରହନ୍ତୁ, ଅକ୍ସିଜେନ୍ ବି ଏକ ଔଷଧ: ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କମିଥିଲେ ବି ସତର୍କ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଆୟୋଜିତ ପ୍ରେସମିଟରେ ଏସସିବି ନିଶ୍ଚେତକ ବିଭାଗର ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏଯାଏଁ ରାଜ୍ୟରୁ ଯାଇନି କୋଭିଡ, ଫଳରେ ସତର୍କ ରହିବା ଉଚିତ୍ । କୋଭିଡ ପରେ ହୃତପିଣ୍ଡ, ଫୁସଫୁସ୍ ଓ ଡାଇବେଟିସ୍ ରୋଗୀଙ୍କ ଜଟିଳତା ଦେଖାଦେଉଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳତା ଅବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି । କୋଭିଡ ସଂକ୍ରମଣ ପରେ ୨%ରୁ ଅଧିକ ରୋଗୀଙ୍କ କ୍ଷେତ୍ରରେ ଜଟିଳତା ଦେଖାଦିଏ ।’

ଏହା ସହ କୋଭିଡ ରୋଗୀ ଘରେ ମଧ୍ୟ ଅକ୍ସିଜେନ୍ ନେଇପାରିବେ । କିନ୍ତୁ ମନେ ରଖିବାକୁ ହେବ କି ଅକ୍ସିଜେନ ବି ଏକ ଔଷଧ । କେତେ, କେମିତି ଓ କେଉଁମାନର ଅକ୍ସିଜେନ୍ ନେବେ, ତାହା ଜାଣି ରଖିବା ଆବଶ୍ୟକ । ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଅକ୍ସିଜେନ ନେବା ଉଚିତ୍ ନୁହେଁ । ଅକ୍ସିଜେନ ଯୋଗୁଁ ହୃତପିଣ୍ଡ ଓ ଫୁସଫୁସ ଉପରେ କୁପ୍ରଭାବର ଆଶଙ୍କା ରହିଛି । ବାତ ଓ ସାଇନୋସାଇଟିସ ଭଳି ରୋଗ ମଧ୍ୟ ବାହାରିପାରେ । ଠିକ୍ ଭାବେ ଅକ୍ସିଜେନ୍ ନଦେଲେ ଶିଶୁ ଅନ୍ଧ ହୋଇଯିବାର ଆଶଙ୍କା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.