fbpx

ଖୋଲିଲା ନକଲି ଡାକ୍ତରଙ୍କ ଆଉ ଏକ ଗୁମର: ଠକେଇ ପଛରେ ରହିଛି ଭଉଣୀଙ୍କ ସମ୍ପୃକ୍ତି!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ୧୮ ଜଣ ସ୍ତ୍ରୀ ପ୍ରସଙ୍ଗରେ ଆସିଛି ବଡ଼ ଖବର । ଏହି ମାମଲାରେ ସାମ୍ନାକୁ ଆସିଛି ନୂଆ ଚେହେରା । ରମେଶଙ୍କ ଠକେଇ ପଛରେ ତାଙ୍କ ଭଉଣୀଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । କେନ୍ଦ୍ରାପଡ଼ାରେ ରେଡ ପରେ ମହିଳାଙ୍କୁ ଉଠାଇ ଆଣିଛି ପୋଲିସ । ପୋଲିସ ଉଠାଇ ଆଣିଥିବା ମହିଳା ଜଣକ ରମେଶଙ୍କ ଭଉଣୀ ହୋଇଥିବା ଜଣାପଡିଛି ।

ରମେଶଙ୍କ ଭଉଣୀ ରଶ୍ମିତାଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ଠକେଇ ଓ ବିବାହ ପଛରେ ପୁରା ପରିବାରର ହାତ ରହିଛି । ତଦନ୍ତ ବେଳେ ରମେଶଙ୍କ ପରିବାରର ସତ ସମସ୍ତଙ୍କ ସାମ୍ନାକୁ ଆସିଛି । ରମେଶଙ୍କୁ ଷଡ଼ଯନ୍ତ୍ରରେ ପୁରା ପରିବାର ସାହାଯ୍ୟ କରୁଥିଲା । ଠକେଇରେ ଯେଉଁ ଟଙ୍କା ଓ ସୁନା ମିଳୁଥିଲା, ତାହା ଭାଗବଣ୍ଟା ହେଉଥିଲା । ଜଣେ ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ଏହା ସ୍ପଷ୍ଟ ହୋଇଛି । ଖୋଳତାଡ଼ ଚାଲିଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଫେରାର୍ ମାରିଛନ୍ତି । ଠକେଇ ସିଣ୍ଡିକେଟରେ ରମେଶଙ୍କ ଭିଣେଇଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି ।

Get real time updates directly on you device, subscribe now.