fbpx
BJD SKY
BJD SKY

୧୫ କୋଟି ଘରକୁ ମିଳିବ ‘ଅକ୍ଷତ ନିମନ୍ତ୍ରଣ’, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ସଂଘ- VHP ର ମେଗା ପ୍ଲାନ

BJD

ନୂଆଦିଲ୍ଲୀ: ୨୦୨୪ରେ ବିଜେପି ତୃତୀୟ ଥର ସରକାର ହେବା ଲାଗି ଅଣ୍ଟା ଭିଡିଛି । ବିଜେପି ଏବଂ ରାଷ୍ଟ୍ରୀୟ ସଂୟସେବକ ସଂଘ ସୋମବାର ଦିନ ଏକ ବଡ ଅଭିଯାନକୁ ଉନ୍ମୋଚନ କରିଛି । ଏହି ଅଭିଯାନ ମାଧ୍ୟମରେ ଦେଶରେ ଘରେ-ଘରେ ପହଁଚି ଅକ୍ଷତକୁ ବଣ୍ଟା ଯିବ । କୁହାଯାଉଛି ଯେ, ସବକେ ରାମର ସ୍ଲୋଗାନ ସାରା ଦେଶରେ ପ୍ରସାରିତ କରାଯିବ ।

ଆରଏସଏସର ସହଯୋଗୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ୧୫ କୋଟି ଘର ପର୍ଯ୍ୟନ୍ତ ପହଁଚାଇବାର ସଂକଳ୍ପ ନେଇଛି । ଏହା ଅନୁଯାୟୀ, ୨୨ ଜାନୁଆରୀ ଦିନ ରାମ ମନ୍ଦିରର ପ୍ରାନ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବେ । ଆଖପାଖରେ ଥିବା ମନ୍ଦିରଗୁଡିକୁ ସଜାଇବା ଏବଂ ନିଜ ନିଜ ଠାକୁର ଘରକୁ ସଜାଇବାକୁ ନେଇ ଅନୁରୋଧ କରାଯିବ । ଲୋକମାନଙ୍କୁ ଏହା କୁହାଯିବ ଯେ, ରାମ ମନ୍ଦିରର ଉଦଘାଟନରେ ସମସ୍ତେ ଆନନ୍ଦ ଉଲ୍ଲାସ ସହ ପାଳନ କରିବାକୁ କୁହାଯିବ । କୁହାଯାଉଛି ଯେ, ଏହା ମାଧ୍ୟମରେ ମୋଦୀ ସରକାରଙ୍କୁ ନିର୍ବାଚନ ଜିତିବା ପାଇଁ ସହଜ ହେବ ।

ଟ୍ରିବ୍ୟୁନ ଇଣ୍ଡିଆର ରିପୋର୍ଟ ମୁତାବକ, ବିଏଚପି କାର୍ଯ୍ୟକର୍ତ୍ତା ୧୫ ଜାନୁ।।ରୀ ପର୍ଯ୍ୟନ୍ତ ଲୋକଙ୍କୁ ପବିତ୍ର ଅକ୍ଷତ ସହିତ ଭଗବାନ ରାମ ଏବଂ ଅଯୋଧ୍ୟାରେ ତିଆରି ହୋଇଥିବା ରାମ ମନ୍ଦିରର ଫଟୋକୁ ବାଣ୍ଟିବେ । ଲୋକଙ୍କୁ ଅକ୍ଷତ ଏବଂ ଫଟୋ ବାଣ୍ଟିବା କାମ ବ୍ୟକ୍ତିଗତ ଭାବେ ଅର୍ଥାତ ଘର ଘର ଯାଇ କରାଯିବ । ତେବେ ୧ ଜାନୁଆରୀରୁ ଏହା ଆରମ୍ଭ ହୋଇଯାଇଛି । ସର୍ବ ପ୍ରଥମେ ଅଯୋଧ୍ୟାର ବାଲ୍ମିକୀ କଲୋନୀରେ ଲୋକଙ୍କୁ ଘର-ଘର ଯାଇ ଅକ୍ଷତ ଏବଂ ଫଟୋ ବଣ୍ଟାଯାଉଛି ।

Get real time updates directly on you device, subscribe now.