fbpx

(Video) ଜୟ ଶ୍ରୀରାମ… ପିଠିରେ କରିଦେଲେ ‘ରାମ ମନ୍ଦିର’ର ଟାଟୁ: ରାମଭକ୍ତିର ଅଜବ ଦୃଶ୍ୟ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଭାରତ ସମେତ ବିଦେଶରେ ମଧ୍ୟ ରାମ ମନ୍ଦିରକୁ ନେଇ ଅନେକ ଉତ୍ସାହ ଦେଖାଯାଉଛି । ଏହି ମହୋତ୍ସବରେ ଅନେକ ଲୋକ ରାମ ମନ୍ଦିରରେ ପହଞ୍ଚିଥିଲେ । କିନ୍ତୁ ଯେଉଁମାନେ ଏଠାରେ ପହଞ୍ଚି ପାରି ନଥିଲେ, ସେମାନେ ଦୂରରେ ଥାଇ ରାମଭକ୍ତିରେ ଲୀନ ହୋଇ ରହିଥିଲେ । ସେମାନଙ୍କ ଭକ୍ତିକୁ ଦେଖି ସାରା ବିଶ୍ୱ ଚକିତ ହୋଇଯାଇଛି । ସେହିଭଳି ଜଣେ ବ୍ୟକ୍ତି ନିଜ ଶରୀରରେ ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିରକୁ ଟାଟୁ କରି ଚିତ୍ରିତ କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରାମଲଲାଙ୍କ ଭକ୍ତିରେ ବୁଡ଼ି ରହିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ରାମ ମନ୍ଦିରରେ ଏହି ପବିତ୍ର କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ଯେଉଁମାନେ ପହଞ୍ଚି ପାରି ନଥିଲେ, ସେମାନେ ଶ୍ରୀରାମଙ୍କ ଭକ୍ତିର ପ୍ରମାଣ ଦେଇଛନ୍ତି । ସେଥିପାଇଁ ଅନେକ ଭକ୍ତ ବିଭିନ୍ନ ପ୍ରକାରର ପ୍ରୟାସ କରିଛନ୍ତି । ତେବେ ଜଣେ ବ୍ୟକ୍ତି ନିଜ ପିଠିରେ ପ୍ରଭୁ ଶ୍ରୀରାମଙ୍କ ସହ ରାମ ମନ୍ଦିରକୁ ଟାଟୁରେ ଚିତ୍ରିତ କରିଛନ୍ତି । ତେବେ ପିଠିରେ ତିଆରି ହୋଇଥିବା ଭଗବାନ ରାମଙ୍କ ଏହି ଚିତ୍ରକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅନେକ ଲୋକ ପ୍ରଭୁଙ୍କ ମୁଖ ଏବଂ ମନ୍ଦିରକୁ ପିଠିରେ ଟାଟୁ କରିବା ଘଟଣାକୁ ନେଇ ଆଲୋଚନା କରୁଛନ୍ତି ।

 

View this post on Instagram

 

A post shared by ranjeet (@ranjeet_rajak_15)

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଭୁଙ୍କ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଏହି ଭିଡିଓ ଅପଲୋଡ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଏହାବ୍ୟତୀତ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି କିଛି ଲୋକ ଏହାକୁ ବିରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.