fbpx

ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ; ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଲେ ମୋଦୀ

Advertisement

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ୨୦୨୪ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ । ୨୨ ତାରିଖ ଦିନ ୧୨ଟା ୩୦ରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମତି ସୂଚନା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କଲେ ମୋଦୀ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ଟ୍ରଷ୍ଟ କର୍ମକର୍ତ୍ତା । ନିମନ୍ତ୍ରଣ ସଂପର୍କରେ ଟୁଇଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।

ସେଦିନ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ତେବେ ଦେଶ, ବିଦେଶରେ ଖ୍ୟାତି ଅର୍ଜନ କରିଥିବା ପାଖାପାଖି ୩ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ତେବେ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ବିଶ୍ୱର ୨୫ଟି ଦେଶର ପ୍ରତିନିଧି ଉପସ୍ଥିତି ରହିବା ନେଇ ସଙ୍କେତ ଦେଇ ସାରିଛନ୍ତି । ସେହିପରି ୨୫ଟି ଦେଶର ପ୍ରତିନିଧି ମହୋତ୍ସବରେ ଉପସ୍ଥିତ ରହିବେ ବୋଲି କୁହାଯାଉଛି । ଅଯୋଧ୍ୟାରେ ପଞ୍ଚତାରକା ସୁବିଧା ଥିବା ଟେଣ୍ଟ ପ୍ରସ୍ତୁତ କରଯାଉଛି ।

Get real time updates directly on you device, subscribe now.