fbpx

ପ୍ରଥମ ସପ୍ତାହରେ ଇତିହାସ ରଚିଲା ରାମାୟଣ

ଲକ୍-ଡାଉନରେ ଆରମ୍ଭ ହୋଇଥିବା ସୁପରିହିଟ୍ ସୋ ରାମାୟଣର ପୁନରାବୃତ୍ତି ଟେଲିକାଷ୍ଟ ଟିଆରପି ରେଟିଂ ଇତିହାସ ରଚିଛି । ରେଟିଂରେ ଏହି ସୋ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବାର୍କଙ୍କ କହିବା ମୁତାବକ, ଗତ ସପ୍ତାହ ଶେଷରେ ଆରମ୍ଭ ହୋଇଥିବା ରାମାୟଣର ମାତ୍ର ୪ଟି ସୋ’କୁ ୧୭୦ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ପୂର୍ବ ଶନିବାର ସକାଳେ ରାମାୟଣର ଓପନିଙ୍ଗ ଏପିସୋଡ୍ ୩୪ ମିଲିୟନ୍ ଲୋକ ଦେଖିଥିଲେ । ଯାହାର ରେଟିଂ ୩.୪ ପ୍ରତିଶତ ଥିଲା । ସେ ଦିନ ଅର୍ଥାତ୍ ଶନିବାର ରାତି ସୋ’ ୪୫ ମିଲିୟନ୍ ଦର୍ଶକଙ୍କ ସହ ୫.୨% ରେଟିଂ ପାଇଥିଲା ।

ସୋ ଆରମ୍ଭ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ ରବିବାର ଦିନ ସୋର ଦର୍ଶକ ଆହୁରି ବଢିଯାଇଥିଲେ । ସକାଳେ ୪୦ ମିଲିୟନ ଓ ରାତିରେ ୫୧ ମିଲିୟନ ଦର୍ଶକ ଦେଖିଥିଲେ । ବାର୍କଙ୍କ ମତରେ, ହିନ୍ଦୀ ଜିଇସି ସୋ ବର୍ଗରେ ୨୦୧୫ ପରେ ସର୍ବାଧିକ ରେଟିଂ ପାଇଛି ରାମାୟଣର ରି-ଟେଲିକାଷ୍ଟ ।

ପ୍ରସାର ଭାରତୀ ସିଇଓ ଶଶି ଶିଖର କହିଛନ୍ତି ଯେ, ୨୦୧୫ରେ ଯେବେଠାରୁ ବାର୍କ ଟିଭି ଅଡିସନ୍ ମେଜରମେଣ୍ଟ ଆରମ୍ଭ କରିଛନ୍ତି ସେବେଠାରୁ ରାମାୟଣ କାରଣରୁ ଦୂରଦର୍ଶନ ବି ରେକର୍ଡ କରିଛି । ଏଥିରୁ ପ୍ରମାଣିତ ହୋଇଛି ଯେ, କରୋନା ଯୁଦ୍ଧରେ ଲୋକେ ରାମାୟଣ ଦେଖିବାକୁ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.