fbpx

ଲକ୍-ଡାଉନରେ ଫ୍ୟାନ୍ସଙ୍କୁ ବଡ ଉପହାର: ପୁଣି ଟେଲିକାଷ୍ଟ ହେବ ରାମାୟଣ, ଜାଣନ୍ତୁ କେଉଁଠାରେ ଓ କେବେ?

ନୂଆଦିଲ୍ଲୀ,୨୭ ।୩: କରୋନା କାରଣରୁ ସାରା ଦେଶରେ ୨୧ ଦିନିଆ ତାଲା ପଡିଛି । ଏପରି ପରିସ୍ଥିତି ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ବଡ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ପୁଣି ଥରେ ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହେବ ।’ ସେ ଟ୍ୱିଟ୍ ଜରିଆରେ କହିଛନ୍ତ ଯେ, ୨୮ ମାର୍ଚ୍ଚ ବା ଆସନ୍ତାକାଲି ଦୂରଦର୍ଶନ ଚ୍ୟାନେଲରେ ‘ରାମାୟଣ’ ପୁଣିଥରେ ପ୍ରସାରତ ହେବ । ପ୍ରଥମ ଏପିସୋଡ୍ ସକାଳ ୯.୦୦ ରେ ଓ ଦ୍ୱିତୀୟ ଏପିସୋଡ ରାତି ୯.୦୦ରେ ହେବ ।

Get real time updates directly on you device, subscribe now.