fbpx

ଲକ୍-ଡାଉନ ମଧ୍ୟରେ RBIର ବଡ ଘୋଷଣା: କମିଲା ରେପୋ ରେଟ୍

ନୂଆଦିଲ୍ଲୀ,୨୭ ।୩: ଲକ୍-ଡାଉନ୍ ମଧ୍ୟରେ ଦେଶରେ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଆରବିଆଇ ଆଜି ବଡ ଘୋଷଣା କରିଛି । ଆରବିଆଇ ରେପୋ ରେଟ ୭୫ ବେସିସ ପଏଣ୍ଟ କମାଇଛି । ଏହି କ୍ରମରେ ନୂଆ ରେପୋ ରେଟ୍ ୫.୧୫ରୁ ଖସି ୪.୪% ପ୍ରତିଶତ ହୋଇଛି । ସେହିପରି ରିଭର୍ସ ରେପୋ ରେଟ୍ ମଧ୍ୟ ୯୦ ବେସିସ୍ ପଏଣ୍ଟ କମିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଆରବିଆଇ ନିଷ୍ପତ୍ତି ଯୋଗୁଁ ୩.୭୪ ଲକ୍ଷ କୋଟି ନଗଦ ଆସିବ । ଆଗକୁ ଆଉ କିଛି ନିଷ୍ପତ୍ତି ନେଇ ପାରେ ବୋଲି ଆରବିଆଇ ଶଶିକାନ୍ତ କହିଛନ୍ତି ।

ଇଏମଆଇ କୋହଳ ପାଇଁ ଆରବିଆଇ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସମସ୍ତ ପ୍ରକାର ଋଣ ଉପରେ ୩ ମାସ ଯାଏଁ କୋହଳ କରାଯିବ । ବ୍ୟାଙ୍କ ଚାହିଁଲେ ଇଏମଆଇ ଉପରେ ୩ ମାସର ଦେଇପାରିବେ ରିହାତି । ଏନେଇ ବ୍ୟାଙ୍କଗୁଡିକୁ ଆହ୍ୱାନ କଲେ ଆରବିଆଇ ଗଭର୍ଣ୍ଣର ।

Get real time updates directly on you device, subscribe now.