fbpx
BSKY
BJD MC SKY
BJD YOUTH SKY

୧୩୮ ଘଣ୍ଟାରେ ରାମଚରିତ ମାନସକୁ ଗୀତରେ ଗାଇ ଗିନିଜ୍ ରେକର୍ଡ କଲେ କେରଳର ଜଗଦୀଶ ପିଲାଇ

ବାରଣାସୀ:ଧର୍ମ ନଗରୀ କାଶୀରେ ରହୁଥିବା କେରଳର ଜଗଦୀଶ ପିଲାଇ ୧୩୮ ଘଣ୍ଟାରେ ରାମଚରିତ ମାନସକୁ ଗୀତ ଆକାରରେ ଗାଇ ୱାର୍ଲ୍ଡ ରେକର୍ଡ କରିଛନ୍ତି । ୧୫ ହଜାରରୁ ଅଧିକ ଚଉପାଇକୁ ସଙ୍ଗୀତରେ ସଜାଇ ବିଶ୍ୱର ସବୁଠାରୁ ଦୀର୍ଘ ଗୀତ ପ୍ରସ୍ତୁତ କରିପାରିଛନ୍ତି । ଏହି ଅବସରରେ ଜଗଦୀଶ ପିଲାଇଙ୍କୁ ଶୁଭେଚ୍ଛା ଦେବା ଲାଗି ଉତ୍ତରପ୍ରଦେଶ ମନ୍ତ୍ରୀ ଦୟା ଶଙ୍କର ମିଶ୍ରା ନିଜେ ତାଙ୍କ ପାଖରେ ପହଞ୍ôଚଛନ୍ତି । ମନ୍ତ୍ରୀ ନିଜେ ଏହି ରାମଚରିତ ମାନସକୁ ସଂପୂର୍ଣ୍ଣ ଭାବରେ ଶୁଣିଛନ୍ତି ।
ଡା. ଜଗଦୀଶ ପିଲାଇ ବାରଣାସୀର ଜଣେ ଲେଖକ ଓ ଗବେଷକ । ସେ ପୂର୍ବରୁ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ରେକର୍ଡ କରିଛନ୍ତି । କିନ୍ତୁ ଏଥର ତାଙ୍କ ରେକର୍ଡକ୍ୁ ନେଇ ଖୁବ୍ ଚର୍ଚ୍ଚା । କାରଣ ଏଥର ସେ ୧୩୮ ଘଣ୍ଟା, ୪୧ ମିନିଟ୍, ୨ ସେକେଣ୍ଡେ ସମୟ ଧରି ଲଗାତର ଚାଲୁଥିବା ରାମଚରିତ ମାନସର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ଏହା ଏବେ ବିଶ୍ୱର ସବୁଠାରୁ ଦୀର୍ଘ ସଙ୍ଗୀତ ପାଲଟି ଯାଇଛି । ଏହା ଉପରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ମୋହର ବି ଲାଗି ସାରିଛି । ଏହା ପୂର୍ବରୁ ଇଂଲଣ୍ଡର ଏକ ମ୍ୟୁଜିକ୍ ବ୍ୟାଣ୍ଡ ନାମରେ ଏହି ରେକର୍ଡ ଥିଲା ଯାହା ୧୧୫ ଘଣ୍ଟା ଓ ୪୫ ମିନିଟ୍ର ଏକ ସଙ୍ଗୀତ ଥିଲା ।
କରୋନା ସମୟରେ ପିଲାଇ ଏହି ଗୀତକୁ ଲୟବଦ୍ଧ କରିଥିଲେ । ସେ ପ୍ରଭୁ ଶ୍ରୀରାମଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି । ସେ ରାମଙ୍କ ଜୀବନୀ ଦ୍ୱାରା ବେଶ୍ ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି । ପିଲାଇ କହିଛନ୍ତି ସଂପୂର୍ଣ୍ଣ ରାମାୟଣକୁ ସେ ୫୦ଘଣ୍ଟାରେ ଗାଇ ପାରିଥିଲେ । କିନ୍ତୁ ତାଙ୍କୁ ଏହାକୁ ନେଇ ରେକର୍ଡ କରିବାର ଥିଲା । ତେଣୁ ସେ ୧୫ ହଜାର ଶ୍ଲୋକ, ଛନ୍ଦ, ଚଉପାଇ ଓ ଭଜନ , କୀର୍ତ୍ତନ ଗାଇ ପୁରା ୧୩୮ ଘଣ୍ଟା ୪୧ ମିନିଟ୍ ୨ ସେକେଣ୍ଡରେ ଏହାକୁ ପ୍ରସ୍ତୁତ କରିପାରିଥିଲେ । ରାମଚରିତ ମାନସ ପାଠରେ ଯେଉଁଠି ଯେଉଁଠି ବିରାମ ଅଛି ସେଠି ସେ ଭଜନ କୀର୍ତ୍ତନ ଯୋଡିଛନ୍ତି । ଏହି ରାମଚରିତ ମାନସ ବିଶ୍ୱର ବିଭିନ୍ନ ଅଧିକାରିକ ମ୍ୟୁଜିକ୍ ଚ୍ୟାନେଲ ଯେପରିକି ଆପଲ ମ୍ୟୁଜିକ୍, ସ୍ପଟିଫାଇ, ଆମାଜନ୍ ମ୍ୟୁଜିକ୍ ପରି ୧୦୦ରୁ ଅଧିକ ମ୍ୟୁଜିକ୍ ପ୍ଲାଟଫର୍ମରେ ପ୍ରସାରିତ କରି ସାରିଛନ୍ତି ।
ପିଲାଇ ଏହି ଉପଲବ୍ôଧ ହାସଲ କରିବା ପରେ ଏହାକୁ ବାରଣରସୀରେ ହିଁ ଲଞ୍ଚ କରିଛନ୍ତି । ଏହି ଲଞ୍ଚିଂ ଉତ୍ସବରେ ଉତ୍ତରପ୍ରଦେଶର ମନ୍ତ୍ରୀ ଦୟା ଶଙ୍କର ମିଶ୍ରା ଉପସ୍ଥିତ ଥିଲେ । ଭାରତୀୟ ଧର୍ମ ଓ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ବୋଲି ମନ୍ତ୍ରୀ ମିଶ୍ରା କହିଛନ୍ତି । ଏହି ଦୀର୍ଘ ସଙ୍ଗୀତ ପ୍ରସ୍ତୁତ କରିବାକୁ ପିଲାଇଙ୍କୁ ୪ ବର୍ଷ ଲାଗିଥିଲା ବୋଲି ସେ କହିଛନ୍ତି, ଯାହାର ସଫଳତା ତାଙ୍କୁ ୨୦୨୩ରେ ମିଳିଛି ।

Get real time updates directly on you device, subscribe now.