fbpx
BSKY SKY
BSKY SKY

କୋଭିଡରେ ପତଞ୍ଜଳି ଡାଏରୀର ସିଇଓ ସୁନୀଲ ବଂସଲଙ୍କ ପରଲୋକ

BSKY

ନୂଆଦିଲ୍ଲୀ : କୋଭିଡ୍ ରେ ପ୍ରାଣ ହରାଇଲେ ରାମଦେବ ବାବାଙ୍କ ପତଞ୍ଜଳୀ ଡାଏରୀର ସିଇଓ ସୁନୀଲଏ ବଂସଲ । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ ହୋଇଥିଲା । ତାଙ୍କ ଫୁସଫୁସ୍ ରେ କୋଭିଡ୍ ସଂକ୍ରମଣ ବ୍ୟାପିଯାଇଥିଲା । ଯାହା ଫଳରେ ତାଙ୍କ ଅବସ୍ଥା ଖୁବ୍ ଜଟିଳ ହୋଇପଡିଥିଲା । ଖାଲି ସେତିକି ନୁହେଁ ଚିକିତ୍ସା ସମୟରେ ତାଙ୍କର ବ୍ରେନ୍ ହାମରେଜ୍ ମଧ୍ୟ ହୋଇଥିଲା । ତେଣୁ ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।

Get real time updates directly on you device, subscribe now.