fbpx

ବିଶ୍ୱ କପ୍ ସୁପର ଲିଗରେ ଭାରତକୁ ପଛରେ ପକାଇଲା ବାଂଲାଦେଶ

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୩୩ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି । ୱିକେଟ୍ କିପର ବ୍ୟାଟସମ୍ୟାନ ମୁସଫିକର ରହିମଙ୍କ ୮୪ ରନ ଇନିଂସ ଜରିଆରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୨୫୭ ରନ କରିଥିଲା । ଜବାବରେ ଶ୍ରୀଲଙ୍କା୪୮.୧ ଓଭରରେ ୨୨୪ ରନରେ ଅଲଆଉଟ୍ ହୋଇଥିଲା । ମେହଦି ହାସନ ୪ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ବିଜୟ ସହ ବାଂଲାଦେଶ ଆଇସିସି ବିଶ୍ୱ କପ୍ ସୁପର ଲିଗରେ ଭାରତକୁ ପଛରେ ପକାଇ ଦେଇଛି ।

ଆଇସିସି ୨୦୨୩ ବିଶ୍ୱ କପ୍ ପାଇଁ ସୁପର ଲିଗର ଆୟୋଜନ କରିଛି । ଶୀର୍ଷ ୧୩ ଦଳ ମଧ୍ୟରୁ ୮ ବିଶ୍ୱ କପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଏଥିପାଇଁ ପ୍ରତିଟି ମ୍ୟାଚରେ ଦଳ ବିଜୟୀ ହେଲେ ପଏଂଟ ମିଳୁଛି । ପଏଂଟ ଆଧାରରେ ହିଁ ଟପ୍ ୮ ଦଳ ସିଧାସଳଖ ବିଶ୍ୱ କପ ପାଇଁ ଯୋଗ୍ୟତା ଅର୍ଜନ କରିବେ । ବାଂଲାଦେଶ ୬ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛି । ଦଳ ୩୦ ପଏଂଟ ସହ ଷଷ୍ଠ ସ୍ଥାନରେ ରହିଛି । ଇଂଲଣ୍ଡ ୪୦ ପଏଂଟ ସହ ଶୀର୍ଷରେ ରହିଛି । ଭାରତୀୟ ଦଳ ଅଦ୍ୟାବଧି ୬ ମୁକାବିଲା ଖେଳି ୩ ବିଜୟ ସହ ୨୯ ପଏଂଟ ପାଇଛି । ଦଳ ଏବେ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ।

ଅନ୍ୟପଟେ ପ୍ରଥମ ଦିନିକିଆରେ ପରାଜିତ ହୋଇଥିବା ଶ୍ରୀଲଙ୍କା ଏ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ଟି ମ୍ୟାଚରେ ପରାଜିତ ହୋଇଛି । ଧିମା ଓଭର ଗତି କାରଣରୁ ଦଳକୁ ୨ ପଏଂଟ ହରାଇବାକୁ ପଡିଛି । ଏହି କାରଣରୁ ଦଳ ମାଇନସ ପଏଂଟରେ ପହଂଚି ଯାଇଛି । ଶ୍ରୀଲଙ୍କା ବର୍ତମାନ ତାଲିକାର ୧୨ତମ ସ୍ଥାନରେ ରହିଛି ।

 

Get real time updates directly on you device, subscribe now.