fbpx

ରାଜସ୍ଥାନ ବିପକ୍ଷରେ କୋଲକାତାର ଦମଦାର ବିଜୟ: କାହାଣୀ ଲେଖିଲେ ରାଣା-ରିଙ୍କୁ

Advertisement

ମୁମ୍ବାଇ: ରାଜସ୍ଥାନ ବିପକ୍ଷ ମ୍ୟାଚରେ ସୁନ୍ଦର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ନିତିଶ ରାଣାଙ୍କ ଦମଦାର ପାଳି ଫଳରେ ଏହି ମ୍ୟାଚକୁ ନିଜ ନାମରେ କରିଛି କେକେଆର । ନିତିଶ ରାଣାଙ୍କ ମହତ୍ତ୍ୱପୂର୍ଣ୍ଣ ପାଳି ସହ ରିଙ୍କୁ ସିଂଙ୍କ ଦମଦାର ଇନିଂସ ଦଳକୁ ବିଜୟ ଭେଟି ଦେଇଛି । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଆଉ ଦୁଇ ପଏଣ୍ଟ ହାସଲ କରିଛି କୋଲକାତା ।

୧୨୦ବଲରେ ୧୫୩ ରନର ଲକ୍ଷ୍ୟ ନେଇ କୋଲକାତାର ପାଳି ଆରମ୍ଭ କରିଥିଲେ ବାବା ଇନ୍ଦ୍ରଜିତ ଏବଂ ଏବଂ ଆରୋନ ଫିଞ୍ଚ । କିନ୍ତୁ ଶସ୍ତାରେ ନିଜ ୱିକେଟ ହରାଇଥିଲେ ଉଭୟ ଖେଳାଳି । ମାତ୍ର ୪ ରନ କରି ଫିଞ୍ଚ ଆଉଟ ହୋଇତିବା ବେଳେ ଇନ୍ଦ୍ରଜିତ ୧୫ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର ଏବଂ ନିତିଶ ରାଣା ବିଜୟ ଲକ୍ଷ୍ୟକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ୩୨ ବଲରେ ୩୪ ରନ କରି ଟ୍ରେଣ୍ଟ ବୋଲଟଙ୍କ ଶିକାର ହୋଇଥିଲେ ଶ୍ରେୟସ । ଏହାପରେ ନିତିଶ ରାଣା ଏବଂ ରିଭ୍କୁ ସିଂ ଖେଳିଥିଲେ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ପାଳି । ନିତିଶ ୩୭ ବଲରେ ୪୮ ରନ କରି ଅପରାଜିତ ଥିବା ବେଳେ ୨୩ ବଲରୁ ଦ୍ରୁତ ୪୨ ରନ କରି ଦଳକୁ ବିଜୟରସ୍ୱାଦ ଚଖାଇଛନ୍ତି ରିଙ୍କୁ ସିଂହ । ଉଭୟ ଖେଳାଳି ଦଳର ସଙ୍କଟ ସମୟରେ ଧୈର୍ଯ୍ୟର ସହ ଖେଳି ୫ଟି ବଲ ବାକି ଥାଇ ୧୫୩ ରନର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ଫଳରେ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି କୋଲକାତା ନାଇଟ ରାଇଡର୍ସ ।

ରାଜସ୍ଥାନ ପକ୍ଷରୁ ୩ ଜଣ ବୋଲର ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ଟ୍ରେଣ୍ଟ ବୋଲଟ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ କୁଳଦୀପ ସେନ ଏହି ତିନୋଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ରାଜସ୍ଥାନର ସବୁଠୁ ସଫଳ ବୋଲର ୟୁଜବେନ୍ଦ୍ର ଚହଲ ଆଜି କୌଣସି ଶିକାର କରିବାରେ ବିଫଳ ହୋଇଥିବା ବେଳେ ଅଶ୍ୱୀନ ମଧ୍ୟ ଖାଲି ହାତରେ ଫେରିଛନ୍ତି ।

Get real time updates directly on you device, subscribe now.