fbpx

ଦୀପିକାଙ୍କ ସ୍ୱାଦିଷ୍ଟ ଖାଦ୍ୟ, ରଣବୀର କହିଲେ ଆଇ ଲଭ୍ ୟୁ

ମୁମ୍ବାଇ: ଲକ୍‌ଡାଉନ୍ ପିରିଅଡ୍‌କୁ ପ୍ରଡକ୍ଟିଭ୍ କରିବାକୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି । ସେ ଘରକୁ ସଫା ସୁତୁରା ରଖିବାରେ ଲାଗି ପଡ଼ିଥିବା ବେଳେ ନିଜ ସ୍ୱାମୀ ତଥା ବଲିଉଡ୍ ଷ୍ଟାର ରଣବୀର କପୁରଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାକୁ ସମସ୍ତ ପ୍ରୟାସ ଉପଯୋଗ କରିଚାଲିଛନ୍ତି । ଦୀପିକା କୁକିଂର କେତେ ସଉକ୍ ରଖନ୍ତି, ତାହା ରଣବୀରଙ୍କ ରିସେଣ୍ଟ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିବା ଭିଡ଼ିଓ ଏବଂ ଫଟୋରୁ ଜଣାପଡ଼ୁଛି ।

ଦିପିକର ସ୍ୱାମୀ ରଣବୀରଙ୍କ ପାଇଁ ଥାଇ ଖାଦ୍ୟ ପ୍ରସ୍ତୁତ କରିଥିବାର ଫଟେ ରଣବୀର ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ଓ ଭିଡ଼ିଓରୁ ଜଣାପଡ଼ୁଛି ଯେ, ଦୀପିକା ଥାଇ ସାଲାଡ୍‌, ଥାଇ ଗ୍ରୀନ୍ କରି, ରାଇସ୍‌, ଭେଜିଟେବୁଲ ଟମ୍ ୟମ୍ ସୁପ୍ ପ୍ରସ୍ତୁତ କରିଛନ୍ତି । ଏହାବ୍ୟତିତ ରଣବୀରର ସାହାର୍ଯ୍ୟ ନେଇ ଦୀପିକା କେକ୍ ବେକ୍ ମଧ୍ୟ ପ୍ରସ୍ତୁତ କରିଥିବା ରଣବୀର ଇନ୍‌ଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି । ଦୀପିକାଙ୍କ ଦ୍ୱାରା ପ୍ରସ୍ତୁତ ଏସବୁ ଖାଦ୍ୟର ଦିୱାନା ହୋଇ ଯାଇଛନ୍ତି ରଣବୀର । ରଣବୀର ଏହି ସ୍ୱାଦିଷ୍ଟ ଖାଦ୍ୟର ମଜା ନେବା ପରେ ଇନ୍‌ଷ୍ଟାଗ୍ରାମରେ ଏକ୍ ନୋଟ୍ ଜରିଆରେ ଦର୍ଶାଇଛନ୍ତି ଯେ, “ପତି ପରମେଶ୍ୱରଙ୍କ ପାଇଁ ନିଜ ହାତରେ ଭୋଜନ ପ୍ରସ୍ତୁତ କରିଥିବା କ୍ୱୁଟି ଦୀପୁ, ଆଇ ଲଭ୍ ୟୁ” । ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ଚାଲିଛି ।

Get real time updates directly on you device, subscribe now.