fbpx

୮ କ୍ରିକେଟରଙ୍କ ବିବାହ ବନ୍ଦ କଲା କରୋନା, ଜାଣନ୍ତୁ ..

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ୍ କାରଣରୁ ସାରା ବିଶ୍ୱର କ୍ରୀଡା ଇଭେଣ୍ଟ ବନ୍ଦ ହୋଇଯାଇଛି । ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଛି । ଏନେଇ ନିଛାଟିଆ ହୋଇଯାଇଛି କ୍ରିକେଟ ଜଗତ । କେବେ ମ୍ୟାଚ୍ ଆରମ୍ଭ ହେବ ତାହା କେହି ଜାଣି ନାହାନ୍ତି । ତେବେ ଏହି ମାହାମାରୀ ଯେ କେବଳ ମ୍ୟାଚ୍ ବନ୍ଦ କରିଛି ତାହା ନୁହେଁ, ବରଂ କିଛି କ୍ରିକେଟରଙ୍କ ବିବାହ ମଧ୍ୟ ବନ୍ଦ କରିଛି । ଇଏସପିଏନ୍ କ୍ରିକନଫୋ ଅନୁଯାୟୀ, ପ୍ରାୟ ୮ ଅଷ୍ଟ୍ରେଲୀୟ କ୍ରିକେଟର କରୋନା ଯୋଗୁଁ ସେମାନଙ୍କ ବିବାହ ସମାରୋହ ବାତିଲ କରିଛନ୍ତି । ଅଷ୍ଟ୍ରେଲିଆର କ୍ରୀଡା ସୂଚୀ ଅନୁସାରେ, ଅଧିକାଂଶ କ୍ରିକେଟର ଏପ୍ରିଲରେ ବିବାହ କରିବାକୁ ଚାହାନ୍ତି । କିନ୍ତୁ କରୋନା ଯୋଗୁଁ ଚଳିତ ବର୍ଷ ଏହା ସମ୍ଭବ ନୁହେଁ ।

ତେବେ ବିବାହ ବାତିଲ କରିବାକୁ ବାଧ୍ୟ ହୋଇଥିବା ଅଷ୍ଟ୍ରେଲୀୟ କ୍ରିମେଟରଙ୍କ ମଧ୍ୟରେ ଲେଗ ସ୍ପିନର ଆଡାମ ଜାମପା, ଜ୍ୟାକସନ୍ ବାର୍ଡ, ଡି ଆର୍ଚି ସର୍ଟ, ମିଚେଲ ସୱେପସନ, ଏଲିଷ୍ଟର ମ୍ୟାକର୍ଡମଟ, ଏଣ୍ଡ୍ରିୟୁ ଟାଇ, ଜେସ ଜୋନାସନ ଏବଂ କ୍ୟାଟଲିନ ଫ୍ରାଇଟ୍ ଅଛନ୍ତି । ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ଅବସ୍ଥା ଖରାପ ଥିବାରୁ ଅନେକ ସହରରେ ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଭିଡ ଜମା କରିବାକୁ ବାରଣ ହୋଇଛି ।

Get real time updates directly on you device, subscribe now.